ଓଡିଶା

odisha

By

Published : Mar 5, 2020, 12:02 AM IST

ETV Bharat / city

ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ବାଲୁକା କଳା

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯିବା ଦାବିକୁ ନେଇ ବାଲୁକା କଳା ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ବାଲୁକା କଳା
ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ବାଲୁକା କଳା

ପୁରୀ: ମାର୍ଚ୍ଚ 5 ତାରିଖ ଅର୍ଥାତ ଗୁରୁବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ତେବେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯିବା ଦାବିକୁ ନେଇ ବାଲୁକା କଳା ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ବାଲୁକା କଳା

ପୁରୀ ବେଳାଭୂମିରେ ଏ ନେଇ ଏକ ବିଶାଳ ବାଲୁକା କଳା ସେ ତିଆରି କରିଛନ୍ତି । ବିଜୁ ବାବୁଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯିବା ସହ ତାଙ୍କୁ ଭାରତ ରତ୍ନ ଦିଆଯିବା ଉଚିତ ବୋଲି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେବଳ ରାଜ୍ୟ ନୁହେଁ ଦେଶର ବିକାଶ ଦିଗରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି ।

ସେହିପରି ବିଦେଶରେ ମଧ୍ୟ ବିଜୁ ବାବୁଙ୍କର ରହିଛି ସ୍ବତନ୍ତ୍ର ସ୍ଥାନ ଓ ମର୍ଯ୍ୟାଦା । ଏଣୁ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯିବ ଉଚିତ ବୋଲି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details