ଓଡିଶା

odisha

By

Published : Dec 11, 2019, 12:46 PM IST

Updated : Dec 11, 2019, 1:45 PM IST

ETV Bharat / city

ମାଟିରେ ମିଶିବ ସାନଛତା ମଠ

ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟର ଭିତରେ ଥିବା ଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ଉଚ୍ଛେଦ ଜାରି ରହିଛି । ଏହି କ୍ରମରେ ବୁଧବାର ପାଳି ପଡିଛି ଦୋଳବେଦୀ କୋଣରେ ଥିବା ସାନଛତା ମଠ । ଅଧିକ ଖବର ପଢନ୍ତୁ...

ମାଟିରେ ମିଶିଲା ସାନଛତା ମଠ
ମାଟିରେ ମିଶିଲା ସାନଛତା ମଠ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟର ଭିତରେ ଥିବା ଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ଉଚ୍ଛେଦ ଜାରି ରହିଛି । ଏହି କ୍ରମରେ ବୁଧବାର ପାଳି ପଡିଛି ଦୋଳବେଦୀ କୋଣରେ ଥିବା ସାନଛତା ମଠ । ମଙ୍ଗୁମଠ ପରେ ବୁଧବାର ସାନ ଛତାମଠ ଉଚ୍ଛେଦ ଆରମ୍ଭ ହୋଇଛି ।

ମାଟିରେ ମିଶିଲା ସାନଛତା ମଠ

ପୁରୀର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସଙ୍କ ଉପସ୍ଥିତିରେ 4 ପ୍ଲାଟୁନ ଫୋର୍ସ ସହାୟତାରେ ଏହି ଉଚ୍ଛେଦ ଆରମ୍ଭ ହୋଇଛି । ତେବେ ମଠର ମନ୍ଦିର, ଗାଦି ସୁରକ୍ଷିତ ରହିବ ସେଗୁଡ଼ିକର ବିକାଶରେ ଉନ୍ନତି ଆଣିବେ ସରକାର ।

ତେବେ ମଠର କେଵଳ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇଛି । ନିୟମ ଅନୁଯାୟୀ ସରକାର ଏହାର କ୍ଷତିପୂରଣ ମଧ୍ୟ ମଠକୁ ପ୍ରଦାନ କରିବେ । ଏହି ମଠ ଉଚ୍ଛେଦ ଫଳରେ ମହାପ୍ରଭୁଙ୍କର ଥିବା ଦୋଳବେଦୀକୁ ଯିବା ପାଇଁ ପ୍ରଶସ୍ତ ରାସ୍ତା ମିଳିବ। ଫଳରେ ଭକ୍ତ ମାନେ ଭଲରେ ଯାତାୟତ କରି ପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 11, 2019, 1:45 PM IST

ABOUT THE AUTHOR

...view details