ଓଡିଶା

odisha

ETV Bharat / city

ବାଲୁକାକଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ - ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ

ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର । ବାଲୁକାକଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ । ଏଭଳି କାର୍ଯ୍ୟାନୁଷ୍ଠାନ ସମାଜ ପାଇଁ ଏକ ବଡ ବାର୍ତ୍ତା କହିଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Salute to Telangana Police
ବାଲୁକାକଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ

By

Published : Dec 6, 2019, 8:03 PM IST

ପୁରୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର 4 ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସର ଏନକାଉଣ୍ଟର । ପୋଲିସର ଏଭଳି ପଦକ୍ଷେପକୁ ସ୍ବାଗତ କରିଛି ସାରା ଦେଶ । ଏହାେକୁ ମଧ୍ୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ସମାଜକୁ ଏକ ବଡ ବାର୍ତ୍ତା ଦେଉଥିବାର ସେ ବାଲୁକାକଳାରେ ଦର୍ଶାଇଛନ୍ତି ।

ବାଲୁକାକଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ

ସୂଚନାଯୋଗ୍ୟ, ପ୍ରମାଣ ପାଇଁ ପୋଲିସ ମାମଲାର ସିନ୍ ରିକ୍ରିଏସନ କରିବାକୁ ଭୋର 4ଟା ସମୟରେ ଉକ୍ତ ଘଟଣାସ୍ଥଳକୁ ଅଭିଯୁକ୍ତଙ୍କ ନେଇ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତମାନେ ପୋଲିସର ବନ୍ଧୁକ ଛଡାଇ ପଳାଇବାକୁ ଉଦ୍ୟମ କରିଥିଲେ । ଏହାପରେ ପୋଲିସ ନିଜର ଆତ୍ମରକ୍ଷା କରିବାକୁ ଯାଇ ଏନକାଉଣ୍ଟର କରିଥିଲା ବୋଲି କହିଛନ୍ତି କମିଶନର ଭିସି ସଜ୍ଜନାର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details