ଓଡିଶା

odisha

ETV Bharat / city

Poll Result: ପୁରୀରେ 30ଟି ଆସନରେ BJDର ବିଜୟ, BJP ଖାତାରେ ୩

ଆସିଲା ନିର୍ବାଚନ ଫଳାଫଳ । ପୁରୀ ଜିଲ୍ଲାର 33ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ଖାତାରେ ୩୦ ଏବଂ ବିଜେପି ଖାତାରେ ୩ଟି । ଅଧିକ ପଢନ୍ତୁ

By

Published : Mar 1, 2022, 1:57 PM IST

Updated : Mar 1, 2022, 2:11 PM IST

Poll Result: ପୁରୀରେ 30ଟି ଆସନରେ ବିଜେଡିର ବିଜୟ ଓ ୩ ଟିରେ ବିଜେପିର ବାଜିମାତ
Poll Result: ପୁରୀରେ 30ଟି ଆସନରେ ବିଜେଡିର ବିଜୟ ଓ ୩ ଟିରେ ବିଜେପିର ବାଜିମାତ

ପୁରୀ: ଆସିଲା ୩୩ ଜିଲ୍ଲା ପରିଷଦ ଆସନର ନିର୍ବାଚନ ଫଳାଫଳ । ଚଳିତଥର ବିଜେଡି ଗଡରେ ବିଜେପି ବାଜିମାତ କରିଛି। ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେପି ତିନୋଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି । ୩୩ ଜିଲ୍ଲାପରିଷଦ ଆସନରୁ ୩୦ଟି ବିଜେଡି ହାତେଇଥିବା ବେଳେ ୩ଟି ହାତେଇଛି ବିଜେପି । ଗତ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୩୧ ଆସନ ପାଇଥିବା ବେଳେ ବିଜେପି ଗୋଟିଏ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲା । ତେବେ ଚଳିତ ନିର୍ବାଚନରେ ବିଜେଡି ଠାରୁ ଆଉ ୧ଟି ଆସନ ଛଡାଇ ଆଣିଛି ବିଜେପି ।

Poll Result: ପୁରୀରେ 30ଟି ଆସନରେ BJDର ବିଜୟ, BJP ଖାତାରେ ୩

ସତ୍ୟବାଦୀ ବ୍ଲକର ୩୨ ଓ ୩୩ ନଂ ଜିଲ୍ଲା ପରିଷଦ ଜୋନ ଏବଂ କଣାସର ୫ନମ୍ବର ଜୋନରେ ବିଜେଡିକୁ ହରାଇ ବିଜେପି ଉଡାଇଛି ବିଜୟ ବାନା। ସତ୍ୟବାଦୀର ୩୨ନମ୍ବର ଜୋନରୁ ବିଜେପି ପ୍ରାର୍ଥୀନୀ ବିଷ୍ଣୁପ୍ରୀୟା ବରାଳ ଓ ୩୩ନମ୍ବର ଜୋନରୁ ବିଜେପି ପ୍ରାର୍ଥୀ ରତିକାନ୍ତ ମିଶ୍ର ବିଜୟ ଲାଭ କରିଥିବା ବେଳେ କଣାସର ୫ନମ୍ବର ଜୋନରୁ ବିଜେପି ପ୍ରାର୍ଥୀନୀ ଲତାମଣି ଜଗଦେବ ବିଜୟ ଲାଭ କରିଛନ୍ତି । ତେବେ ୫ନମ୍ବର ଜୋନରେ ସମସ୍ତ ପୁରୁଷ ପ୍ରାର୍ଥୀଙ୍କୁ ହରାଇ ଅଣସଂରକ୍ଷିତ ଆସନରେ ବାଜିମାତ କରିଛନ୍ତି ଲତାମଣି ।

ପୁରୀରୁ ଶକ୍ତି ପ୍ରାସଦ ମିଶ୍ର, ଇଟିଭି ଭାରତ

Last Updated : Mar 1, 2022, 2:11 PM IST

ABOUT THE AUTHOR

...view details