ଓଡିଶା

odisha

ETV Bharat / city

ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓ ଗିରଫ - ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓ ଗିରଫ

ପୁଣି କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ନିର୍ଦ୍ଦୁମ ଛେଚା ଖାଇଲା ରୋଡ ରୋମିଓ । ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ।

ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓ ଗିରଫ

By

Published : Nov 1, 2019, 3:14 PM IST

Updated : Nov 1, 2019, 5:08 PM IST

ପୁରୀ: ଥମିବାର ନା ନେଉନି ରୋଡ ରୋମିଓଙ୍କ କାରନାମା । ପୁଣି କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ନିର୍ଦ୍ଦୁମ ଛେଚା ଖାଇଲା ରୋଡ ରୋମିଓ । ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓ ଗିରଫ

ପୁରୀ ସତ୍ୟବାଦୀ କଲେଜ ଛକ ନିକଟରେ ଏକ କଲେଜ ଛାତ୍ରୀକୁ କମେଣ୍ଟ ମାରିବା ସହ ଗୋଇଠା ମାରି ପଳାଇଯିବାକୁ ଚେଷ୍ଟା କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଥିଲେ ଜଣେ ଯୁବକ। ସ୍ଥାନୀୟ ଲୋକ ରୋଡ ରୋମିଓକୁ ପ୍ରବଳ ମାଡ଼ ମାରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିଥିଲା। ସତ୍ୟବାଦୀ ଥାନା ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ଅନ୍ୟପକ୍ଷରେ ଛାତ୍ରୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ ପରେ 2 ଜଣଙ୍କୁ ଗିରଫ କରିଥିବାବେଳେ ଆଉ 2 ଜଣ ଫେରାର ରହିଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 1, 2019, 5:08 PM IST

ABOUT THE AUTHOR

...view details