ଓଡିଶା

odisha

ETV Bharat / city

ମରଣଯନ୍ତା ପାଲଟିଛି ପୁରୀ ବେଳାଭୂମି ରାସ୍ତା, ଆନ୍ଦୋଳନ ଚେତାବନୀ ଦେଲା ଆପ୍‌ - ପୁରୀ ବେଳାଭୂମୀର ବିପର୍ଯ୍ୟୟ ରାସ୍ତା

ରାଜ୍ୟର ପ୍ରମୁଖ ଐତିହ୍ୟ ସ୍ଥଳୀ ପୁରୀ ବେଳାଭୂମି । ପ୍ରତିଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ଏହି ରାସ୍ତାଟି ଗ୍ରାମ ରାସ୍ତାରୁ ହୀନ ମନେ ହେଉଛି । ଯାହାକୁ ନେଇ ଆନ୍ଦୋଳନ ଚେତାବନୀ ଦେଇଛି ଆପ୍‌ । ଅଧିକ ପଢ଼ନ୍ତୁ

road problem in puri sea beach
ମରଣଯନ୍ତା ପାଲଟିଛି ପୁରୀ ବେଳାଭୂମି ରାସ୍ତା, ଆପର ଆନ୍ଦୋଳନ ଚେତାବନୀ

By

Published : Aug 21, 2022, 10:05 AM IST

ପୁରୀ:ପୁରୀ ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମି ରାସ୍ତା (puri sea beach road) ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇପଡ଼ିଛି (road problem in puri sea beach) । ଫଳରେ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଛି । ବେଳଭୂମିକୁ ମୁଖ୍ୟ କେନ୍ଦ୍ରସ୍ଥଳୀ କୁହାଯାଉଥିବାବେଳେ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏହି ରାସ୍ତା ଦେଇ ଯାତାୟତ କରନ୍ତି । କିନ୍ତୁ ଏ ରାସ୍ତାଟି ଗ୍ରାମ ରାସ୍ତା ଠାରୁ ହୀନ ମନେ ହେଉଛି । ମୁଖ୍ୟ ରାସ୍ତାର ପୁନଃ ନିର୍ମାଣ ନେଇ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି ।

ମରଣଯନ୍ତା ପାଲଟିଛି ପୁରୀ ବେଳାଭୂମି ରାସ୍ତା

ବିଶ୍ବ ମାନଚିତ୍ରରେ ପୁରୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି । କିନ୍ତୁ ଏଠାକାର ବାସ୍ତବ ଚିତ୍ର ପୁରା ଭିନ୍ନ । ପର୍ଯ୍ୟଟକଙ୍କ ମୁଖ୍ୟ କେନ୍ଦ୍ରସ୍ଥଳୀ ବୋଲାଉଥିବା ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମି ରାସ୍ତା ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଯାଇଛି । ପ୍ରତିଦିନ ଜୀବନକୁ ପାଣି ଛଡ଼ାଇ ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରନ୍ତି । ଫଳରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି (people faced problem due to damage road) । ସେହିପରି ସ୍ବେରେଜ ଚାମ୍ବର ଗୁଡ଼ିକ ଠିକ କରାଯାଇ ନ ଥିବା ହେତୁ ଅଳିଆ ଆବର୍ଜନା ପାଣି ରାସ୍ତାରେ ଜମି ଦୁର୍ଗନ୍ଧ ପରିବେଶ ସୃଷ୍ଟି କରୁଛି ।

ରାସ୍ତାର ମରାମତି ଓ ପୁନଃ ନିର୍ମାଣ ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପୁରୀ ସ୍ଵର୍ଗଦ୍ଵାର ବେଳାଭୁମି ରାସ୍ତାରେ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି (aam aadmi party protest in puri) । ସମସ୍ୟାର ସମାଧାନ ପାଇଁ ପୁରୀ ପୌରପାଳିକା ହେଉ କିମ୍ବା ଜିଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଦଳ ଅଭିଯୋଗ କରିଛି ।

ଏନେଇ ପୁରୀ ଆମ ଆଦମୀ ପାର୍ଟି ଆବାହକ କହିଛନ୍ତି, ସରକାରଙ୍କ ଅବହେଳା ଯୋଗୁଁ ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପ୍ରତି ତୁରନ୍ତ ଧ୍ୟାନ ଦିଆଯାଉ । ଏଥିସହ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ରାଜ୍ୟରେ ଆପ ସରକାର ନଥାଇ ମଧ୍ୟ ଲୋକଙ୍କ ସହ ରହିଛି ।" ଆସନ୍ତା ୧୦ ଦିନ ମଧ୍ୟରେ ଯଦି ରାସ୍ତା ପୁନଃ ନିର୍ମାଣ ନହୁଏ, ତେବେ ଆଗାମୀ ଦିନରେ ଦଳ ଆନ୍ଦୋଳନ କରିବ ବୋଲି ଆମ ଆଦମୀ ପାର୍ଟି ଚେତାବନୀ ଦେଇଛି । ରାଜ୍ୟ ମୁଖ୍ୟ ଐତିହ୍ୟ ସ୍ଥଳୀର ବିକାଶ ପାଇଁ ସରକାର ଅନେକ ଯୋଜନା ନେଉଛନ୍ତି । ୫T ଅଧିନରେ ଏହାର ପରିଚାଳନା ମଧ୍ୟ ହେଉଛି । କିନ୍ତୁ ବେଳାଭୂମି ରାସ୍ତାର ଏଭଳି ଦୃଶ୍ୟ ସରକାରଙ୍କ ଯୋଜନାର ବାସ୍ତବ ରୂପ ଦେଖାଉଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details