ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ବରାଦ ଅଭଡା ବିକ୍ରିରେ କଟକଣା - କୋଭିଡ ସଂକ୍ରମଣ

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରରେ ଅବଢ଼ା ପ୍ରସ୍ତୁତି ଉପରେ କଟକଣା ଲାଗିଛି। ବିଶେଷ କରି ବରାଦ ଅଭଡାରେ କଟକଣା ଲାଗିଛି। କେବଳ ପୁରୀ ସହର ଓ ସେବାୟତଙ୍କ ପରିବାର ପାଇଁ ଅଭଡା ରନ୍ଧା ହେବ। ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ସୁଆର ମହାସୁଆର ନିଯୋଗ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ବରାଦୀ ଅଭଡା ବିକ୍ରି ଉପରେ କଟକଣା
ଶ୍ରୀମନ୍ଦିରରେ ବରାଦୀ ଅଭଡା ବିକ୍ରି ଉପରେ କଟକଣା

By

Published : Sep 6, 2020, 9:25 PM IST

ପୁରୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରରେ ଅବଢ଼ା ପ୍ରସ୍ତୁତି ଉପରେ କଟକଣା ଲାଗିଛି। ବିଶେଷ କରି ବରାଦ ଅଭଡା ଉପରେ କଟକଣା ଲାଗିଛି। କେବଳ ପୁରୀ ସହର ଓ ସେବାୟତଙ୍କ ପରିବାର ପାଇଁ ଅଭଡା ରନ୍ଧା ହେବ। ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ସୁଆର ମହାସୁଆର ନିଯୋଗ।

ଶ୍ରୀମନ୍ଦିରରେ ବରାଦୀ ଅଭଡା ବିକ୍ରି ଉପରେ କଟକଣା

ଜିଲ୍ଲା ବାହାରୁ ଅନେକ ଲୋକ ଅଭଡା ପାଇଁ ଆସୁଥିବା ହେତୁ ଶ୍ରୀମନ୍ଦିର ନିକଟରେ ଅନେକ ଭିଡ଼ ହେଉଛି। ଫଳରେ କୋଭିଡ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏଥି ସହିତ ସେବାୟତମାନେ ମଧ୍ୟ କୋଭିଡ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏଣୁ ଏହି ସବୁକୁ ଦୃଷ୍ଟିରେ ରଖାଯାଇ ବରାଦ ଅଭଡା କେଵଳ ପୁରୀ ସହରବାସୀଙ୍କ ପାଇଁ ପ୍ରସ୍ତୁତ ହେବ।

ପୁରୀ ଜିଲ୍ଲାରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖା 4423ରେ ପହଞ୍ଚିଥିବା ବେଳେ 16 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ପୁରୀ ସହରରେ 15 ଶହରୁ ଅଧିକ କୋଭିଡ ଆକ୍ରାନ୍ତ ଥିବା ବେଳେ ଶ୍ରୀମନ୍ଦିରର 50ରୁ ଅଧିକ ସେବାୟତ କୋଭିଡ଼ରେ ଆକ୍ରାନ୍ତ ହୋଇସାରିଲେଣି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details