ଓଡିଶା

odisha

ETV Bharat / city

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ - Rathayatra2021

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରଦ୍ଧାଳୁଙ୍କୁ ମିଳିବ ଶେଷ ଅବଢା । ଅଧିକ ପଢନ୍ତୁ...

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ
ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

By

Published : Jul 19, 2021, 9:58 AM IST

ପୁରୀ:ଆଜି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ । ନିଜ ଜନ୍ମବେଦିରେ ଆଜି ଦର୍ଶନ ଦେବେ ମହାପ୍ରଭୁ । ଏହା ହେଉଛି ଗୁଣ୍ଡିଚାଯାତ୍ରାରେ ମହାପ୍ରଭୁଙ୍କ ଶେଷ ଦର୍ଶନ । ଏହାପରେ ରତ୍ନ ବେଦୀକୁ ବାହୁଡିବେ ମହାପ୍ରଭୁ । ପ୍ରତିବର୍ଷ ମହାପ୍ରଭୁଙ୍କ ଏହି ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ସନ୍ଧ୍ୟା ଦର୍ଶନ କରିବା ନାହିଁ ଭକ୍ତ । ତେଣୁ ବିନା ଭକ୍ତରେ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ । ଆଜି ଭକ୍ତଙ୍କ ପାଇଁ ମଧ୍ୟ ଶେଷ ଅବଢା ଉପଲବ୍ଧ ହେବ । ଶ୍ରଦ୍ଧାଳୁମାନେ ଆଡପ ଅବଢା ପାଇବାର ସୌଭାଗ୍ୟ ଲାଭ କରିବେ ।

ସନ୍ଧ୍ୟା ଦର୍ଶନ ନୀତିକୁ ରାତି ୧୦ଟା ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ଏହା ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି । ରାତି ୧୦ଟାରେ ପହୁଡ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ । ତେବେ ଆଜି ହେବାକୁ ଥିବା ସନ୍ଧ୍ୟା ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଏହି ନୀତି ଅନୁସାରେ ଆଜି ସକାଳ ୪ଟାରେ ଦ୍ବାର ଫିଟା, ସାଢେ ୪ଟାରେ ମଙ୍ଗଳ ଆଳତି, ୫ଟା ମଇଲମ ଓ ତଡପଲାଗି, ୬ଟାରେ ଆବକାଶ, ୬ଟା ୧୫ର ରେ ରୋଷ ହୋ ନୀତି ଶେଷ ହୋଇଛି ।

ଆଜି ସନ୍ଧ୍ୟା ଦର୍ଶନ ସରିବା ପରେ ଆସନ୍ତାକାଲି ବାହୁଡା । ଶ୍ରୀମନ୍ଦିରକୁ ବାହୁଡିବେ ମହାପ୍ରଭୁ । ତେବେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଓ ସୁନାବେଶ କିଭଳି କୋଭିଡ କଟକଣା ଭିତରେ ଶାନ୍ତିଶୃଙ୍ଖଳାରେ ସମାପନ ହେବ ସେନେଇ ଆଡ଼ିସନାଲ ଡ଼ିଜି ରାଧାକୃଷ୍ଣ ଶର୍ମା ସମୀକ୍ଷା କରିଛନ୍ତି । ନିଜେ ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ବାହୁଡା ଯାତ୍ରାରେ କିଭଳି ପୋଲିସ ବାହିନୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବେ ସେନେଇ ସମୀକ୍ଷା କରିଥିଲେ ।

ସୂଚନା ଅନୁଯାୟୀ ବାହୁଡାଯାତ୍ରା ଓ ପରଦିନ ସୁନାବେଶକୁ ଦୃଷ୍ଟିରେ ରଖାଯାଇ କୋଭିଡ କଟକଣା ପାଇଁ ସୋମବାର ରାତି 8 ଟାରୁ ବୁଧବାର ରାତି 8ଟା ଯାଏଁ ବଡ଼ ଦାଣ୍ଡରେ 144 ଧାରା ରହିବ।

ABOUT THE AUTHOR

...view details