ପୁରୀ:ଗତକାଲି(ଶୁକ୍ରବାର) ମହାପ୍ରଭୁ ନିଳାଦ୍ରୀ ବିଜେ କରିଛନ୍ତି । ପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଆଜି(ଶନିବାର) ତିନି ରଥରୁ ଘୋଡ଼ା, ସାରଥୀ, ପାର୍ଶ୍ଵ ଦେବଦେବୀ, ଓଲଟ ସୁଆ, ହଂସପଟା, କନିଆ ପଟା ଆଦି ଖୋଲାଯାଇଛି । ଏଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ରଖାଯାଇଛି ।
ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୂଆ ରଥ ନିର୍ମାଣ ହୋଇଥାଏ । କିନ୍ତୁ ଘୋଡା, ସାରଥୀ, ଓଲଟ ସୁଆ, ହଂସ ପଟା, କନିଆ ପଟା, ଶିଖ ଡମ୍ବୁରୁ, ପାର୍ଶ୍ଵ ଦେବଦେବୀ ଆଦି ପୁନଃନିର୍ମାଣ ହୋଇନଥାଏ । ସବୁ ବର୍ଷ ଏଗୁଡିକୁ ରଙ୍ଗ କରାଯାଇ ରଥରେ ଲାଗି କରାଯାଇଥାଏ । କେବଳ ମହାପ୍ରଭୁଙ୍କ ନବକଳେବର ସମୟରେ ଏହି ପାର୍ଶ୍ବ ଦେବାଦେବୀ ଏବଂ ଘୋଡା ସାରଥୀ ଆଦି ନୂତନ ଭାବେ ନିର୍ମାଣ କରାଯାଇଥାଏ ।