ପୁରୀ: ଛେରାପହଁରା ପରେ ଆରମ୍ଭ ହେଲା ରଥଟଣା । ବଡଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥ ଟାଣି ନେଉଛନ୍ତି ଭକ୍ତ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ । ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥ ଗଡିବା ପରେ ନନ୍ଦିଘୋଷ ଓ ଦେବଦଳନ ରଥ ଗଡିଛି ।
Ratha Yatra 2022: ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ - ରଥଟଣା ଆରମ୍ଭ
ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ । ଛେରାପହଁରା ପରେ ଆରମ୍ଭ ହେଲା ରଥଟଣା । ଅଧିକ ପଢନ୍ତୁ
Ratha Yatra 2022: ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ
ସକାଳୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରିବା ପରେ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏହା ପରେ ତାମଯାନରେ ଆସି ସୁବର୍ଣ୍ଣ ଖଡିକାରେ ତିନି ରଥ ଉପରକୁ ଯାଇ ଛେରାପହଁରା କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରଥରେ ଛେରାପହଁରା କରିଥିଲେ ମହାରାଜା ଗଜପତି । ଏହାପରେ ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଥିଲା ତିନି ରଥ ।
Last Updated : Jul 1, 2022, 1:54 PM IST