ପୁରୀ: ବଦଳାଗଲା ନନ୍ଦିଘୋଷ ରଥ ଅଖ । ଅଖରେ ଫାଟ କାରଣରୁ ନୂଆ ଅଖ ଲଗାଯାଇଥିବା ସୂଚନା ମିଳିଛି । ଗତକାଲି(ଶୁକ୍ରବାର) ନନ୍ଦିଘୋଷ ରଥର ପଛ ଅଖରେ ଫାଟ ଚିହ୍ନଟ ହୋଇଥିଲା । କ୍ଲାମ୍ପ ଦିଆଯାଇ ମଜବୁତ କରାଯାଇଥିଲେ ସୁଦ୍ଧା ସୁରକ୍ଷିତ ନୁହେଁ ବୋଲି ବିଶେଷଜ୍ଞ ଟିମ୍ ଯାଞ୍ଚ କରି ଜାଣିବା ପରେ ଅଖ ପରିବର୍ତ୍ତନ କରାଯାଇଛି ।
ନନ୍ଦିଘୋଷ ରଥରେ ଲାଗିଲା ନୂଆ ଅଖ, ରଥର ପଛ ଅଖରେ ଚିହ୍ନଟ ହୋଇଥିଲା ଫାଟ - ନନ୍ଦିଘୋଷ ରଥ ଅଖ ଫାଟିବା ଖବର
ବଦଳାଗଲା ନନ୍ଦିଘୋଷ ରଥ ଅଖ । ଅଖରେ ଫାଟ କାରଣରୁ ନୂଆ ଅଖ ଲଗାଯାଇଥିବା ସୂଚନା । ଅଧିକ ପଢନ୍ତୁ
ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୂଆ ଅଖ ତିଆରି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଜେସିବି ମେସିନ ସାହାଯ୍ୟରେ ଚକ ତଳେ ଗାଡ ଖୋଳାଯାଇ ଅଖ ବଦଳା ଯାଇଛି । ନୂଆ ଅଖରେ ଚକ ସଂଯୋଗ କରାଯାଇ ପୂର୍ବ ରୂପ ଦିଆଯାଇଛି । ଏଥି ନିମନ୍ତେ ରେଲୱେ ବିଭାଗର Technical Team ରଥଖଳାକୁ ଆସି ନନ୍ଦିଘୋଷ ରଥର ଭଙ୍ଗା ଅଖ ସ୍ଥାନରେ ନୂଆ ଅଖ ଲଗାଇଛନ୍ତି ।
ଅଖକୁ ପରିବର୍ତ୍ତନ କରିବା ସମୟରେ ଚକ ଲାଗିଥିବା ସ୍ଥାନକୁ ଜଗ୍ (Jug) ଲଗାଯାଇ ରଥକୁ ଟେକାଯାଇଥିଲା । ତା' ପରେ ରଥର ପଛ ମୁହାଁଟ ଖୋଲାଯାଇ ଚକ ଏବଂ ଅଖକୁ ବାହାର କରାଯାଇଥିଲା । ନୂଆ ଅଖରେ ଚକ ସଂଯୋଗ କରାଯାଇ ରଥରେ ଲଗାଯାଇଥିଲା । ତେବେ ରଥ ପ୍ରତି ଆଉ ବିପଦ ନଥିବା ମହାରଣା ଓ ରେଲୱେ ବୈଷୟିକ ଟିମ କହିଛନ୍ତି ।
ଇଟିଭି ଭାରତ, ପୁରୀ