ପୁରୀ: ହେ କାଳିଆ ଠାକୁର, ହେ ବିଶ୍ବ ନିଅନ୍ତା, ହେ ଜଗତଠାକୁର , ମନ ବ୍ୟାକୁଳ ହେଉଛି ତତେ ଦେଖିବା ପାଇଁ । ଇଚ୍ଛା ଥିଲା ଆଜି ଆଖି ଭରି ତୋର ସେ ଚକାନୟନକୁ ଟିକିଏ ଦେଖିବାରୁ । ଆଉ ବଡଦାଣ୍ଡରେ ଆଜି ପାଦ ରଖି ତୋର ସେ ଯାତ୍ରାରେ ଲାଗିଥିବା ଭିଡରେ ନିଜକୁ ବି ସାମିଲ କରିଥାନ୍ତି । ବର୍ଷକରେ ଥରେ ଭାଇଭଉଣୀଙ୍କୁ ଧରି ଆସିଛୁତୁ ବଡଦାଣ୍ଡକୁ । ହେଲେ ଦୂରରୁ ମୁଁ କରୁଛି ଦଣ୍ଡବତ । ସାଆନ୍ତେ ତୁମ- ମୋ ମଧ୍ୟରେ ଲକ୍ଷ୍ଣଣ ରେଖା ଟାଣିଛି ।
ଆଉ ମୋତେ ଲାଗୁଛି ଯେମିତି ବିନା ଶିକୁଳିରେ ମୋ ପାଦ କିଏ ବାନ୍ଧି ଦେଇଛି । ତୁ ଠିକ ଜାଣିଛୁ ମହାମାରୀ କୋରୋନା ଆଜି ଏହି ଶିକୁଳି ଖାଲି ମୋ ପାଦରେ ନୁହଁ ସାରା ବିଶ୍ବବାସୀଙ୍କ ପାଦକୁ ବାନ୍ଧି ଦେଇଛି । ସେଥି ପାଇଁ ତ ଆଜି ତୋର ସବୁଠାରୁ ବଡଯାତ୍ରାରେ ବଡଦାଣ୍ଡ ଖାଲି ପଡିଛି । ଯେଉଁଠି ବର୍ଷକରେ ଥରେ ସମୁଦ୍ରସମ ଭିଡ ଲାଗେ ତାହା ଆଜି ପୁରା ଶୂନଶାନ ହୋଇପଡିଛି ।