ଓଡିଶା

odisha

ETV Bharat / city

ପୁରୀରେ ପହଞ୍ଚିଲା ରଥ କାଠ - Ratha katha

ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀରେ ଆସି ପହଞ୍ଚିଲା ରଥ କାଠ । ନୟାଗଡ ବନଖଣ୍ଡ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ କାଠ ଆସି ପହଞ୍ଚିଛି ।

ପୁରୀରେ ପହଞ୍ଚିଲା ରଥ କାଠ
ପୁରୀରେ ପହଞ୍ଚିଲା ରଥ କାଠ

By

Published : Jan 25, 2020, 12:27 PM IST

ପୁରୀ: ରଥ ନିର୍ମାଣ ପାଇଁ ପହଞ୍ଚିଲା ରଥ କାଠ । ପ୍ରଥମ ପର୍ଯ୍ୟାୟରେ 53ଖଣ୍ଡ କାଠ ଆସି ପହଞ୍ଚିଛି । ନୟାଗଡ ବନଖଣ୍ଡ ଅଞ୍ଚଳରୁ 35ଟି ଧଉରା ଓ 21ଟି ଅସନ କାଠ ଆସିଛି । ଏହି ରଥ କାଠକୁ ସରସ୍ବତୀ ପୂଜା ଦିନ ପୂଜା କରାଯିବାର ବିଧି ରହିଛି । ତେବେ 2020 ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପୁରୀରେ ପହଞ୍ଚିଲା ରଥ କାଠ

ଚଳିତ ମାସ 6 ତାରିଖରେ ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ 4 ଜଣିଆ ପ୍ରତିନିଧି ମଣ୍ଡଳ ନୟାଗଡ ଯାଇଥିଲେ । ଆଜି ରଥ କାଠ ଆସିବା ପୂର୍ବରୁ ନୟାଗଡର ମା' ବଡ ରାଉଳ ଠାକୁରାଣୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପରେ ତିନି ରଥର କାଠ ଚିହ୍ନଟ ସହ ଗଛ କଟା ହେବା ପରେ ଆଜି ପୁରୀରେ ଆସି ପହଞ୍ଚିଛି । ତେବେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ରଥ ପାଇଁ 8ଶହ 65ଟି କାଠ ଆବଶ୍ୟକ ରହିଥିବାବେଳେ, ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବ ବର୍ଷ 193ଟି କାଠ ଗଚ୍ଛିତ ରହିଛି । ତେଣୁ ଏ ବର୍ଷ ମାତ୍ର 672 ଖଣ୍ଡ ଆବଶ୍ୟକ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details