ଓଡିଶା

odisha

By

Published : May 9, 2022, 9:19 AM IST

ETV Bharat / city

ରଥ ନିର୍ମାଣ ପାଇଁ କାଠ ସଙ୍କଟ

ରଥ ନିର୍ମାଣ ନେଇ ହେଲାଣି ଏବେଠୁ କାଠ ସଙ୍କଟ । କାଠ ସଂକଟ ଦୂର ନେଇ ଗଛ ଲଗାଇବା ପାଇଁ ଖୋର୍ଦ୍ଧା ଓ ନୟାଗଡ଼ରେ ସଚେତନତା ସୃଷ୍ଟି କରିବେ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢ଼ନ୍ତୁ

ରଥ ନିର୍ମାଣ ପାଇଁ କାଠ ସଙ୍କଟ
ରଥ ନିର୍ମାଣ ପାଇଁ କାଠ ସଙ୍କଟ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ନେଇ ରଥ ନିର୍ମାଣ ପ୍ରତିବର୍ଷ ହେଉଛି । ତେବେ ଆଗାମୀ ଦିନରେ ଏହି ରଥ ନିର୍ମାଣ ହୋଇ ପାରିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ଯୋଗାଣରେ ଅଭାବ ପରିଲକ୍ଷିତ ହେଲାଣି । ଏଣୁ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରେ ରଥ କାଠ ପାଇଁ ଗଛ ଲଗାଇବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଶ୍ରୀମନ୍ଦିର ପ୍ରଶାସନ । ଆଉ ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି ।

ରଥ ନିର୍ମାଣ ପାଇଁ କାଠ ସଙ୍କଟ

ଗଜପତି ମହାରାଜାଙ୍କ ଦ୍ଵାରା ଏହି ସଚେତନତା କାର୍ଯ୍ୟକ୍ରମ ରଥଯାତ୍ରା ପରେ ଆରମ୍ଭ ହେବ । ପୂର୍ବରୁ ଶହଶହ ବର୍ଷ ହେବ ନୟାଗଡ଼ ବନ ଖଣ୍ଡରୁ ରଥ ନିର୍ମାଣ ପାଇଁ କାଠ ଆସୁଥିଲା । ହେଲେ ନୟାଗଡ଼ ବନଖଣ୍ଡ ଏବେ କାଠ ଯୋଗାଇ ପାରୁନାହିଁ । ଫଳରେ ସୁଦୂର ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାରୁ ରଥ ନିର୍ମାଣ ପାଇଁ କାଠ ଆସୁଛି । ଫଳରେ ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।

ତେବେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅଗାମୀ ଦିନରେ ଜାରି ରହିବା ପାଇଁ ଖୋର୍ଦ୍ଧା ଓ ନୟାଗଡ଼ର ଲୋକମାନେ ମହାପ୍ରଭୁଙ୍କ ପାଇଁ ଗଛ ଲଗାଇବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି । ପ୍ରତିବର୍ଷ ରଥଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକତା ରହିଛି । ଧଉରା, ଅସନ, ଫାଶୀ କାଠ ରଥ ନିର୍ମାଣରେ ଲାଗିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details