ଓଡିଶା

odisha

By

Published : May 23, 2022, 1:30 PM IST

ETV Bharat / city

Rath Yatra 2022: ଶୃୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Rath Yatra 2022) ନେଇ ଆରମ୍ଭ ହେଲା ପ୍ରଥମ ସମନ୍ବୟ ବୈଠକ । ଶୃଙ୍ଖଳିତ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନହଲ୍‌ରେ ଏହି ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଶୃୃଙ୍ଖଳିତ ରଥଯାତ୍ରା ପାଇଁ ଆରମ୍ଭ ହେଲା ସମନ୍ବୟ ବୈଠକ
ଶୃୃଙ୍ଖଳିତ ରଥଯାତ୍ରା ପାଇଁ ଆରମ୍ଭ ହେଲା ସମନ୍ବୟ ବୈଠକ

ପୁରୀ:ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Rath Yatra 2022) ନେଇ ଆରମ୍ଭ ହେଲା ପ୍ରଥମ ସମନ୍ବୟ ବୈଠକ । ଶୃଙ୍ଖଳିତ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ RDCଙ୍କ ଅଧ୍ୟକ୍ଷତାରେ ଟାଉନହଲ୍‌ରେ ସମନ୍ବୟ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଜିଲ୍ଲାର ବରିଷ୍ଠ ଅଧିକାରୀ, ପୋଲିସ ଆଇଜି, ବୁଦ୍ଧିଜୀବୀ, ସେବାୟତ ପ୍ରମୁଖ ଯୋଗ ଦେଇଛନ୍ତି । ଚଳିତ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ଆସନ୍ତା ଜୁଲାଇ ମାସ ୧ ତାରିଖ ଓ ବାହୁଡା ଯାତ୍ରା ୯ ତାରିଖ ଦିନ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ।

ଶୃୃଙ୍ଖଳିତ ରଥଯାତ୍ରା ପାଇଁ ଆରମ୍ଭ ହେଲା ସମନ୍ବୟ ବୈଠକ

କୋରୋନା ସ୍ଥିତିରେ ସୁଧାର ଆସିଥିବାରୁ ଦୁଇବର୍ଷ ପରେ ପୁଣି ଭକ୍ତଙ୍କ ଗହଣରେ ରଥଯାତ୍ରା ପାଇଁ ନିଷ୍ପତି ହୋଇପାରେ । ଭକ୍ତଙ୍କୁ ଅନୁମତି ମିଳିଲେ ରଥଯାତ୍ରା ଦେଖିବାକୁ ପୁରୀରେ ଦେଶ ବିଦେଶରୁ ପ୍ରାୟ ୧୦ୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି । ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ସହରର ପରିମଳ ବ୍ୟବସ୍ଥା ଇତ୍ୟାଦି ସମ୍ବନ୍ଧରେ ସମନ୍ବୟ ବୈଠକରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିପାରେ ।

ରଥଯାତ୍ରା (Puri Rath Yatra) ଯେପରି ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହେବ ସେନେଇ ଉପସ୍ଥିତ ସଭ୍ୟବୃନ୍ଦ ସେମାନଙ୍କର ସୁଚିନ୍ତିତ ମତାମତ ଉପରେ ଆଲୋଚନା ଓ ସିଦ୍ଧାନ୍ତ ଗ୍ରହଣ କରାଯିବାର ପ୍ରସ୍ତାବ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details