ପୁରୀ:ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଦାରୁବ୍ରହ୍ମ । ଶ୍ରୀକ୍ଷେତ୍ରରେ ଭକ୍ତ ଭଗବାନଙ୍କ ହୋଇଛି ଅପୂର୍ବ ମିଳନ । ଚର୍ମଚକ୍ଷୁରେ ଚକାଡୋଳାଙ୍କୁ ଦିବ୍ୟ ଦର୍ଶନ କଲେ ଅଗଣିତ ଭକ୍ତ । କାଳିଆର ସେ ଚକାନୟନକୁ ଦେଖି ଆତ୍ମବିଭୋର ଭକ୍ତଜନ । ଦିର୍ଗ ୨ବର୍ଷ ପରେ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ଝୁଲି ଝୁଲି ଆସି ନିଜ ନିଜ ରଥରେ ରଥାରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ ।
ସରିଲା ପହଣ୍ଡି, ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି - ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଦାରୁବ୍ରହ୍ମ । ଶ୍ରୀକ୍ଷେତ୍ରରେ ଭକ୍ତ ଭଗବାନଙ୍କ ହୋଇଛି ଅପୂର୍ବ ମିଳନ । ରଥାରୂଢ ହୋଇଛନ୍ତି ତିନି ଠାକୁର । ଅଧିକ ପଢନ୍ତୁ
ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ପରେ ପ୍ରଭୁ ଶ୍ରୀ ବଳଭଦ୍ରଓ ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଶେଷରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ବିଜେ ନୀତି ଶେଷ ହେବା ପରେ ରଥରେ ବିଜେ କରିଛନ୍ତି ଶ୍ରୀଜିଉ । ପ୍ରଭୁ ଶ୍ରୀ ବଳଭଦ୍ର ତାଳଧ୍ୱଜ ରଥ, ମା’ ସୁଭଦ୍ରା ଦର୍ପଦଳନ ରଥ ଓ ଜଗତର ନାଥ ଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ ହୋଇଛନ୍ତି । କାଳିଆ ତା ଚକାନୟନରେ ଭକ୍ତଙ୍କୁ ଦେଖି ବେଶ ଖୁସି ଲାଗୁଥିବା ପରି ମନେ ହେଉଛି । ସକାଳୁ ନୀତିକାନ୍ତି ସରିବା ପରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପ୍ରଥମେ ଗୋଟିପଣ୍ଡିରେ ରଥରେ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି ।