ବ୍ରହ୍ମଗିରି :ପୁରୀ ଜଗନ୍ନାଥ ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ଖନନ କାର୍ଯ୍ୟକୁ ବିରୋଧ କରିଛି ବ୍ରହ୍ମଗିରି ରାମସେନା । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ବିରୋଧ କାର୍ଯ୍ୟକ୍ରମ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ରାମସେନା ପକ୍ଷରୁ ପ୍ରତି ବ୍ଲକ ସ୍ତରରେ ଏହି ବେଆଇନ ଖନନ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।
ଜଗନ୍ନାଥ ମନ୍ଦିର ବେଆଇନ ଖନନ ବିରୋଧ କଲା ରାମସେନା - ବ୍ରହ୍ମଗିରି ଜଗନ୍ନାଥ ମନ୍ଦିର ବେଆଇନ ଖନନ
ଜଗନ୍ନାଥ ମନ୍ଦିର ବେଆଇନ ଖନନକୁ ନେଇ ଗର୍ଜିଛି ରାମସେନା । ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଏହି ବେଆଇନ ଖନନ କାର୍ଯ୍ୟକୁ ବିରୋଧ କରାଯିବ। ଅଧିକ ପଢ଼ନ୍ତୁ
ଜଗନ୍ନାଥ ମନ୍ଦିର ବେଆଇନ ଖନନ ବିରୋଧ କଲା ରାମସେନା
ଜଗନ୍ନାଥ ମନ୍ଦିର ବେଆଇନ ଖନନ ବିରୋଧ କଲା ରାମସେନା
ଏନେଇ ଆଜି ବ୍ରହ୍ମଗିରି ରାମସେନା ସଭାପତି ରାଜେଶ କୁମାର ପରିଡ଼ାଙ୍କ ନେତୃତ୍ୱରେ ଅଲାରନାଥ ମନ୍ଦିର ସିଂହ ଦୁଆର ସମ୍ମୁଖରେ ବିକ୍ଷୋଭ କରାଯାଇଛି । ତେଣୁ ଯଥା ଶୀଘ୍ର ଏହି ବେଆଇନ କାର୍ଯ୍ୟକୁ ଯଦି ଓଡ଼ିଶା ସରକାର ବନ୍ଦ ନକରନ୍ତି, ତେବେ ଆଗାମୀ ଦିନରେ ଜୋରଦାର ବିକ୍ଷୋଭ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ