ଓଡିଶା

odisha

By

Published : Dec 3, 2019, 10:59 AM IST

ETV Bharat / city

କୋଣାର୍କ ମହୋତ୍ସବ; ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ରାମାୟଣ କଥାବସ୍ତୁ

କୋଣାର୍କ ଉତ୍ସବ ଦ୍ବିତୀୟ ସନ୍ଧ୍ୟାରେ ଦିବସରେ ବେଶ ଝୁମିଛନ୍ତି ଦର୍ଶକ । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ ନୃତ୍ୟରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ନୃତ୍ୟ ଓ କୋଲକାତାରୁ ଆସିଥିବା କଳାକାରଙ୍କ ଦ୍ଵାରା ଓଡିଶୀ ନୃତ୍ୟକୁ ମନ ଭରି ଉପଭୋଗ କରିଛନ୍ତି ଦର୍ଶକ । ଅଧିକ ଖବର ପଢନ୍ତୁ...

କୋଣାର୍କ ମହୋତ୍ସବ; ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ରାମାୟଣ କଥାବସ୍ତୁ
କୋଣାର୍କ ମହୋତ୍ସବ; ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ରାମାୟଣ କଥାବସ୍ତୁ

ପୁରୀ: କୋଣାର୍କ ଉତ୍ସବ ଦ୍ବିତୀୟ ସନ୍ଧ୍ୟାରେ ଦିବସରେ ବେଶ ଝୁମିଛନ୍ତି ଦର୍ଶକ । ସନ୍ଧ୍ୟାରେ ଇଣ୍ତୋନେସିଆର ବାଲିନିଜ ନୃତ୍ୟ ଓ ଓଡିଶୀ ନୃତ୍ୟ ଦର୍ଶକ ମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ ନୃତ୍ୟରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ନୃତ୍ୟ ଓ କୋଲକାତାରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ଓଡିଶୀ ନୃତ୍ୟକୁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନେ ମନଭରି ଉପଭୋଗ କରିଥିଲେ ।

କୋଣାର୍କ ମହୋତ୍ସବ; ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ରାମାୟଣ କଥାବସ୍ତୁ

ସେପଟେ ଏଠାରେ ନୃତ୍ୟ ପରିବେଷଣ କରି କଳାକାର ମାନେ ବି ବେଶ୍ ଉତ୍ସାହିତ ଥିବାର କହିଥିବା ବେଳେ କଳାକାର ମାନଙ୍କ ନୃତ୍ୟ ପରିବେଷଣ ଅତି ଉଚ୍ଚକୋଟୀର ଥିଲା । ଇଣ୍ତୋନେସିଆ କଳାକାରଙ୍କ ଦ୍ଵାରା ପ୍ରଥମେ ରାମାୟଣ କଥାବସ୍ତୁ ପରେ ସେଲଟେ ସୋଗାରାନୃତ୍ୟ ମାଧ୍ୟମରେ ଓଡିଶା ସହିତ ଇଣ୍ଡୋନେସିଆର ବାଣିଜ୍ୟିକ ସମ୍ପର୍କକୁ ନୃତ୍ୟ ମାଧ୍ୟମରେ ମନେ ପକାଇଥିଲେ କଳାକାର ମାନେ ।

ଦ୍ଵିତୀୟ ପର୍ଯ୍ୟାୟରେ ଗୁରୁଆଲୋକ କାନୁନଗୋଙ୍କ ସଂରଚନାରେ ସିଂଜନ ନୃତ୍ୟାଳୟ କୋଲକାତାରୁ ଅ।ସିଥିବା ନୃତ୍ୟାଙ୍ଗନା ମାନେ ବହ୍ମା ବିଷ୍ଣୁ, ମହେଶ୍ଵରଙ୍କ ସୂରୁପ ଅ।ଦିତ୍ୟଙ୍କ ଉପ।ସନା ପରିବେଷଣ କରିଥିଲେ । ପରେ ପରେ ଦେବୀ ଆରାଧନା ସମ୍ଵଳିତ ଦଶ ମହାବିଦ୍ୟାକୁ ପରିବେଷଣ କରିଥିଲେ କଳାକାର ମାନେ ।

ଯାହାକି ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରି ପାରିଥିଲା । ଦ୍ଵିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଥିବା ବେଳେ କଳକାର ମାନଙ୍କୁ ସମ୍ମାନିତ କରିଥିଲେ । ସେପଟେ କଳାକାର ମାନଙ୍କର ନିଖୁଣ ନୃତ୍ୟ ଦେଖି ବେଶ ଖୁସି ହେବା ସହ ଏହା ଦେଶର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରୁଛି ବୋଲି କହିଛନ୍ତି ପର୍ଯ୍ୟଟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details