ପୁରୀ:ଆଜି କାଳିଆ ସାଆନ୍ତେଙ୍କ ପୁଷ୍ପାଭିଷେକ ବା ରାଜରାଜେଶ୍ବର ବେଶ । ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଉତ୍ସବ । ରତ୍ନସିଂହାସନରେ ତିନିଠାକୁର ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହୋଇଥାନ୍ତି (Rajarajeswar besha of lord jagannth) ।
ଆଜି ଶ୍ରୀଜିଉଙ୍କ ଦେବାଭିଷେକ ନୀତି, ମଥାରେ କିରିଟ ପାଦରେ ପିନ୍ଧିବେ ଶ୍ରୀପୟର - ପୌଷ୍ୟ ପୂର୍ଣ୍ଣିମା ମହାପ୍ରଭୁ୍ଙ୍କ ସୁନାବେଶ
ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଉତ୍ସବ (Rajarajeswar besha of lord jagannth) । ଅଧିକ ପଢନ୍ତୁ

ଗତକାଲିଠୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇ ହେବ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ,ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ପିନ୍ଧି ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ ଶ୍ରୀଜିଉ ।
ହେଲେ ବଡଠାକୁରଙ୍କ ଏ ବେଶ ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ । କାରଣ କୋରୋନା ପୁଣି ସେମାନଙ୍କ ମଧ୍ୟ ପାଚେରୀ ହୋଇ ଛିଡା ହୋଇଛି। ସଂକ୍ରମଣ ଦୃଷ୍ଟିରୁ ଆସନ୍ତା 31 ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଦର୍ଶନରୁ ବଞ୍ଚିତ ରହିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ