ଓଡିଶା

odisha

ETV Bharat / city

ପୁରୀରେ ଲଘୁଚାପ ପ୍ରଭାବ, ପର୍ଯ୍ୟଟକଙ୍କ ପାଇଁ ବାଧକ ବର୍ଷା

ପୁରୀରେ ସକାଳୁ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷା ଲାଗି ରହିଥିବା ହେତୁ ଯାତାୟତ କରିବାରେ ଲୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଧିକ ପଢନ୍ତୁ....

By

Published : Feb 7, 2020, 12:44 PM IST

ପୁରୀରେ ଲଘୁଚାପ ପ୍ରଭାବ, ପର୍ଯ୍ୟଟକଙ୍କ ପାଇଁ ବାଧକ ବର୍ଷା
ପୁରୀରେ ଲଘୁଚାପ ପ୍ରଭାବ, ପର୍ଯ୍ୟଟକଙ୍କ ପାଇଁ ବାଧକ ବର୍ଷା

ପୁରୀ: ରାଜ୍ୟରେ ଆରମ୍ଭ ହେଲା ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବ ପ୍ରଥମେ ଉପକୂଳରେ ଦେଖା ଦେଇଛି । ଏନେଇ ପୁରୀରେ ମଧ୍ୟ ସକାଳୁ ଲାଗି ରହିଛି ବର୍ଷା ।

ତେବେ ଝିପିଝିପି ବର୍ଷା ଲାଗି ରହିଥିବା ହେତୁ ଯାତାୟତ କରିବାରେ ଲୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପଟେ ପୁରୀ ଆସିଥିବା ପର୍ଯ୍ୟଟକ ମଧ୍ୟ ପୁରୀରେ ବିଭିନ୍ନ ଜାଗା ବୁଲିବାରେ ଅସୁବିଧା ଭୋଗୁଛନ୍ତି ।

ପୁରୀରେ ଲଘୁଚାପ ପ୍ରଭାବ, ପର୍ଯ୍ୟଟକଙ୍କ ପାଇଁ ବାଧକ ବର୍ଷା

ଏହାସହ ବର୍ଷା ଯୋଗୁଁ ତାପମାତ୍ରା କମି ଥିବାରୁ ଶୀତ ଅନୁଭୂତ ହେଉଛି । ସାଧାରଣରେ ବଡ଼ଦାଣ୍ଡରେ ବେଶ ଗହଳି ପରିଲକ୍ଷିତ ହେଉଥିବାବେଳେ ଶୁକ୍ରବାର ବର୍ଷା ଯୋଗୁଁ ବଡଦାଣ୍ଡ ଗହଳି କମ୍ ରହିଛି । ତେବେ ଦୈନନ୍ଦିନ କାର୍ଯ୍ୟରେ ଯାଉଥିବା କର୍ମଜୀବୀ ବର୍ଷା ଯୋଗୁଁ ଅସୁବିଧା ଭୋଗୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details