ଓଡିଶା

odisha

ETV Bharat / city

ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ବନ୍ଦ ରହିବ ଦର୍ଶନ - puri

ଆଜି(ଶୁକ୍ରବାର) ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢନ୍ତୁ...

ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି
ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି

By

Published : Aug 27, 2021, 9:05 AM IST

Updated : Aug 27, 2021, 1:23 PM IST

ପୁରୀ: ଆଜି(ଶୁକ୍ରବାର) ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତଥିରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ । ତେଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି

ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ବର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ରାହୁରେଖା ଲାଗିପରେ ଠାକୁରଙ୍କ ମହାସ୍ନାନ ନୀତି ବଢି ପରବର୍ତ୍ତୀ ନୀତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି । ମହାପ୍ରଭୁଙ୍କ ଏହି ନୀତି ପାଇଁ ଅପରାହ୍ନରେ ଦଇତାପତି ସେବକମାନେ ସେବା କରିବେ । ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ଅନୁଷ୍ଠିତ ହେବ । ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଠାରେ ଓଲାଗି ହୋଇଥିବା ସ୍ବର୍ଣ୍ଣ ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଶ୍ରୀମୁଖ ଚତୁଃପାର୍ଶ୍ବରେ ଲାଗି ହେବ । ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ଏହି ରାହୁରେଖାକୁ ସ୍ନାନ ପୂର୍ଣ୍ଣିମାଠାରୁ କାଢି ନିଆଯାଇଥିଲା ।

ଏହି ରାହୁରେଖାକୁ ସ୍ବତନ୍ତ୍ର ନୀତିକାନ୍ତି ସହ ପୁନର୍ବାର ମହାପ୍ରଭୁଙ୍କ ମସ୍ତକରେ ଲଗାଯିବ। ତେବେ ଆଜିଠାରୁ ଆସନ୍ତା ସୋମବାର ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ଶନିବାର ଓ ରବିବାର ଥିବାରୁ ଶ୍ରୀମନ୍ଦିର sop ଅନୁଯାୟୀ ଶ୍ରୀମନ୍ଦିର ସାନିଟାଇଜ ହେବ ଏବଂ ସୋମବାର ଦିନ ଜନ୍ମାଷ୍ଟମୀ ଥିବାରୁ ଭକ୍ତଙ୍କ ଗହଳି ସମ୍ଭାବନା ରହିଛି । ତେଣୁ କୋଭିଡ କଟକଣା ଅନୁଯାୟୀ ସାଧାରଣ ଦର୍ଶନ ବନ୍ଦ ରହିବ । ପୁଣି ମଙ୍ଗଳବାର ଠାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Aug 27, 2021, 1:23 PM IST

ABOUT THE AUTHOR

...view details