ପୁରୀ:ଐତିହ୍ୟନଗରୀ ହେବ ଧାର୍ମିକ କ୍ଷେତ୍ର ପୁରୀ ସହର । ଏଥିପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ମୁତାବକ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ପୁରୀକୁ ଐତିହ୍ୟ ନଗରୀ ରୂପରେଖ ଦେବାକୁ କହି ବାହା ବାହା ନେଉଛନ୍ତି ରାଜ୍ୟ ସରକାର ଓ ପ୍ରଶାସନ । ହେଲେ ବାସ୍ତବ ଚିତ୍ର ପୁରା ଓଲଟା । ପୁରୀ ସହରର ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ । ସାହି ଓ ଗଳି କନ୍ଦିରେ ବି ସେହି ସମାନ ଅବସ୍ଥା । ଏହାକୁ ନେଇ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ହେଉନି । ସେପଟେ ଖୁବଶୀଘ୍ର ରାସ୍ତକାମ ଶେଷ ହେବ ବୋଲି ଆଶ୍ବସନା ଦେଉଛନ୍ତି ବିଭାଗୀୟ ଅଧିକାରୀ ।
ରଥଯାତ୍ରା ରାସ୍ତା ମରାମତି ଲକ୍ଷ୍ୟ ଥିଲା
ରଥଯାତ୍ରା ପୂର୍ବରୁ ସହରରେ ସମସ୍ତ ରାସ୍ତା ମରାମତି କାର୍ଯ୍ୟ ଶେଷ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ କରିବା ଉଚିତ୍ ମନେ କରିନଥିବା ଅଭିଯୋଗ ହୋଇଛି । ପୁରୀ ନବକଳେବର ରାସ୍ତା ଶୋଚନୀୟ ହୋଇ ପଡ଼ିଛି । କେଉଁଠି ପିଚୁ ଉଠି ଯାଇଛି ତ କେଉଁଠି ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ବିପଦପୂର୍ଣ୍ଣ ଭାବରେ ଯିବାଆସିବା କରୁଛନ୍ତି । ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନିଘା ନଥିବା ଅଭିଯୋଗ ହୋଇଛି ।
ସହର ସାହି ଭିତରେ ବି ରାସ୍ତା ସମସ୍ୟା
ଖାଲି ସହରର ମୁଖ୍ୟ ରାସ୍ତା ନୁହେଁ, ସହରରେ ଥିବା ବିଭିନ୍ନ ସାହି ଓ ୱାର୍ଡ ଭିତରେ ଥିବା ରାସ୍ତା ଅବସ୍ତା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ରସ୍ତାକାମ ଠିକା ନେଇ ନିମ୍ନମାନର କାମ କରି ମାଲାମାଲ ହେଉଛନ୍ତି ଠିକାଦାର ଓ ଏପଟେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଠିକାଦାର ମାନେ ରାସ୍ତା ମରାମତି କରୁଛନ୍ତି । ହେଲେ ଦିନ କେଇଟା ନଯାଉଣୁ ରାସ୍ତା ଉପରୁ କଂକ୍ରିଟ ଓ ଗୋଡି ଉଠିଯାଉଛି ।
ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା !