ଓଡିଶା

odisha

ETV Bharat / city

ବିନା ଭକ୍ତରେ ଚାଲିଛି ଘୋଷଯାତ୍ରା - ଘୋଷଯାତ୍ରା

କୋରୋନା କାଳରେ ମହାପ୍ରଭୁଙ୍କ ମହାଲୀଳା । ଲୀଳାପୁରୁଷଙ୍କ ମହୋତ୍ସବ । ବର୍ଷକେ ଥରେ ଭକ୍ତଙ୍କ ପାଇଁ ନୀଳାଚଳ ଛାଡି ଆସନ୍ତି ନୀଳାଦ୍ରୀନାଥ । ମାତ୍ର କୋରୋନା କଟକଣା ଯୋଗୁ ଏଥର ମଧ୍ୟ ବଡଦାଣ୍ଡରେ ଲାଗିବନି ଗହଳି, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବନି ବଡଦାଣ୍ଡ । ପୁରୀରେ ବିନା ଭକ୍ତରେ ହେଉଛି ରଥଯାତ୍ରା ।

ବିନା ଭକ୍ତରେ ଚାଲିଛି ଘୋଷଯାତ୍ରା
ବିନା ଭକ୍ତରେ ଚାଲିଛି ଘୋଷଯାତ୍ରା

By

Published : Jul 12, 2021, 9:02 AM IST

ପୁରୀ:କୋରୋନା କାଳରେ ମହାପ୍ରଭୁଙ୍କ ମହାଲୀଳା । ଲୀଳାପୁରୁଷଙ୍କ ମହୋତ୍ସବ । ସର୍ବପୁରାତନ, ସର୍ବଶ୍ରେଷ୍ଠ, ସର୍ବବିଦିତ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ, ବ୍ୟଗ୍ର, ଅସ୍ଥିର, ଉତ୍କଣ୍ଠିତ ଭକ୍ତ । ବର୍ଷକେ ଥରେ ଭକ୍ତଙ୍କ ପାଇଁ ନୀଳାଚଳ ଛାଡି ଆସନ୍ତି ନୀଳାଦ୍ରୀନାଥ । ମାତ୍ର କୋରୋନା କଟକଣା ଯୋଗୁ ଏଥର ମଧ୍ୟ ବଡଦାଣ୍ଡରେ ଲାଗିବନି ଗହଳି, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବନି ବଡଦାଣ୍ଡ । ପୁରୀରେ ବିନା ଭକ୍ତରେ ହେଉଛି ରଥଯାତ୍ରା ।

ବିନା ଭକ୍ତରେ ଚାଲିଛି ଘୋଷଯାତ୍ରା

ସୋମବାର ବ୍ରହ୍ମମୂହୂର୍ତ୍ତରୁ ଅର୍ଥାତ ୩ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ମଇଲମ, ତଡପ ଲାଗି ଏବଂ ରୋଷହୋମ କରାଯାଇଛି । ତାପରେ ଅବକାଶ ନୀତି ଓ ସୂର୍ଯ୍ୟ ପୂଜା ସରିଛି । ସକାଳ ୫ଟାରେ ଦ୍ବାରପାଳ ପୂଜା ଓ ଠାକୁରଙ୍କ ବେଶ ଶେଷ ହୋଇଛି । ତେବେ କୋରୋନା କଟକଣା ଯୋଗୁ ପୁରୀ ଜିଲ୍ଲାକୁ ଥିବା 8ଟି ପଥକୁ ସିଲ୍ କରାଯାଇଛି । ହୋଟେଲ, ଲଜିଂ, ଧର୍ମଶାଳାରୁ ଲୋକମାନଙ୍କୁ ଖାଲି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details