ପୁରୀ: ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ପୂର୍ବ ନିଷ୍ପତି ଅନୁଯାୟୀ ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି । ଅଗ୍ନିଶମ ବାହିନୀ ,ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି । ଆସନ୍ତା 24ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ।
ସାନିଟାଇଜ ହେଲା ଶ୍ରୀମନ୍ଦିର, ଆଜି ଦର୍ଶନ ବନ୍ଦ - puri temple sanitized
ସଂକ୍ରମଣକୁ ପାଇଁ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ କରାଗଲା ବିଶୋଧନ। ଆଜି ଭକ୍ତଙ୍କ ଦର୍ଶନ ବନ୍ଦ । ଅଧିକ ପଢନ୍ତୁ...
ଶ୍ରୀମନ୍ଦିର ହେଲା ସାନିଟାଇଜ
ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ସୋମବାର) ଠାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ନୂଆ ଏସଓପିକୁ ଲାଗୁ କରାଯିବ | ଏଥିପାଇଁ ରାଜ୍ୟ ବାହାରର ଦର୍ଶନାର୍ଥୀ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି | ରାଜ୍ୟ ବାହାରର ଭକ୍ତ ମାନେ ଆରଟିପିସିଆର କୋଭିଡ ନେଗେଟିଭ ସାର୍ଟିଫିକେଟ କିମ୍ବା ଟିକାର ଦୁଇଟି ଡୋଜର ପ୍ରମାଣ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ |ଏହାଛଡା ଭକ୍ତ ମାନେ ହାତ ସାନିଟାଇଜ କରିବା ଓ ନିୟମକୁ ପାଳନ ପାଇଁ ସ୍ୱତନ୍ତ୍ର କିଓସ୍କ ସ୍ଥାପନ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ