ଓଡିଶା

odisha

ETV Bharat / city

ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ - puri temple meeting

ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ରଥଯାତ୍ରାର କଣ ବିକଳ୍ପ ରହିଛି ଓ ଶଙ୍କରାଚାର୍ଯ୍ୟଙ୍କ ସହ କିଭଳି ଵିଚାରବିମର୍ଶ ହେବ ସେନେଇ ଆଲୋଚନା କରାଯାଉଛି ।

ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ
ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

By

Published : Jun 19, 2020, 12:53 PM IST

ପୁରୀ: ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ରଥଯାତ୍ରାର କଣ ବିକଳ୍ପ ରହିଛି ଓ ଶଙ୍କରାଚାର୍ଯ୍ୟଙ୍କ ସହ କିଭଳି ଵିଚାର ବିମର୍ଶ ହେବ ସେନେଇ ଆଲୋଚନା କରାଯାଉଛି ।

ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ଚଳିତ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଏହାକୁ କିଭଳି ପାଳନ ହେବ ସେନେଇ ନିଳାଦ୍ରୀ ଭକ୍ତ ନିବାସରେ ଗୁରୁତ୍ତ୍ବପୂର୍ଣ୍ଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ପରିଚଳନା କମିଟି ସଦସ୍ୟ ଯୋଗ ଦେଇଛନ୍ତି।

ସେପଟେ ଅଳ୍ପ ସେବାୟତ ଓ ପୋଲିସ ବାହିନୀ ମଧ୍ୟରେ ରଥଯାତ୍ରା ହୋଇପାରିବ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରେ କୋର୍ଟଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । ହେଲେ ରଥଯାତ୍ରା ବନ୍ଦ କରିବା ଠିକ ନୁହେଁ । ଅଳ୍ପ ସେବାୟତ ଓ ପୋଲିସ ବହିନୀ ସାହାଯ୍ୟରେ ରଥଯାତ୍ରା ଅୟୋଜନ ହୋଇ ପାରିବ ବୋଲି ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି। ସେପଟେ ରଥଯାତ୍ରା ବନ୍ଦକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details