ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ଉଚ୍ଛେଦ ପ୍ରକିୟା, ଜିଲ୍ଲାପାଳଙ୍କୁ ଭେଟିଲେ ପୁରୀ ସୁରକ୍ଷା ମଞ୍ଚ - ସାଧୁ ସନ୍ଥ ଓ ମଠ ମହନ୍ତ

ଦ୍ବିତୀୟ ଦିନରେ ବାଧାପ୍ରାପ୍ତ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ମଠ ଭଙ୍ଗାକୁ ବିରୋଧ କରି ପୁରୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପୁରୀ ସୁରକ୍ଷା ମଞ୍ଚ।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

By

Published : Sep 4, 2019, 12:36 PM IST

Updated : Sep 4, 2019, 12:46 PM IST

ପୁରୀ: ମଠ ମନ୍ଦିର ଉଚ୍ଛେଦକୁ ବିରୋଧ କରି ଅଡି ବସିଛନ୍ତି ସାଧୁ ସନ୍ଥ ଓ ମଠ ମହନ୍ତ। ଦୀର୍ଘ 2 ଦିନ ଧରି ବନ୍ଦ ରହିଥିବା ମନ୍ଦିର ଉଚ୍ଛେଦ ପ୍ରକ୍ରିୟା ପ୍ରବଳ ବିରୋଧ ସତ୍ତ୍ବେ ଆଜି ବି ବଡ ଆଖଡା ମଠ ଉଚ୍ଛେଦ ବନ୍ଦ ରହିଛି। ସେହିପରି ମଠ ଭଙ୍ଗା କାର୍ଯ୍ୟକୁ ବିରୋଧ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପୁରୀ ସୁରକ୍ଷା ମଞ୍ଚ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ଖବର ଅନୁଯାୟୀ, ଉଛେଦ ପ୍ରକ୍ରିୟାକୁ ବନ୍ଦ, ଉଚ୍ଛେଦ ପ୍ରକ୍ରିୟା ପରବର୍ତ୍ତୀ କାର୍ଯ୍ୟର ବ୍ଲୁ ପ୍ରିଣ୍ଟ, ଥଇଥାନ ବ୍ୟବସ୍ଥା ବଳିର ସ୍ପଷ୍ଟ ଚିତ୍ର ପ୍ରଦାନ କରିବା ଦାବି ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ତେବେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ନେତୃତ୍ବରେ ସହରର ବୁଦ୍ଧିଜୀବୀ , ଆଇନଜୀବୀକୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଭେଟିଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 4, 2019, 12:46 PM IST

ABOUT THE AUTHOR

...view details