ଓଡିଶା

odisha

ETV Bharat / city

ଦ୍ବିତୀୟ ଦିନରେ ସ୍ଵର୍ଗଦ୍ବାର ଉଚ୍ଛେଦ ପ୍ରକ୍ରିୟା, ସୁରୁଖୁରୁରେ ଚାଲିଛି ଦାହକାର୍ଯ୍ୟ - puri swargadwar

ଦ୍ବିତୀୟ ଦିନରେ ଜାରି ରହିଛି ସ୍ଵର୍ଗଦ୍ବାର ଉଚ୍ଛେଦ ପ୍ରକ୍ରିୟା । ଗୋଟିଏ ପଟେ ଉଚ୍ଛେଦ ଚାଲିଥିବା ବେଳେ ଅନ୍ୟପଟେ ଦାହକାର୍ଯ୍ୟ କରାଯାଉଛି । ଅଧିକ ଖବର ପଢନ୍ତୁ...

swargadwar renovation
ସ୍ଵର୍ଗଦ୍ବାର ଉଛେଦ ପ୍ରକ୍ରିୟା ଦ୍ବିତୀୟ ଦିନ,ସୁରୁଖୁରୁ ରେ ଚାଲିଛି ଶବଦାହ

By

Published : Dec 11, 2019, 6:37 PM IST

ପୁରୀ: ସ୍ବର୍ଗଦ୍ବାରର ବିକାଶ ନେଇ ଉଚ୍ଛେଦ ପ୍ରକ୍ରିୟା ଦ୍ବିତୀୟ ଦିନରେ ଜାରି ରହିଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଏହି ଉଚ୍ଛେଦ ଅଭିଯାନ । ଗୋଟିଏ ପଟେ ଉଚ୍ଛେଦ କରାଯାଉଥିବା ବେଳେ ଅନ୍ୟପଟେ ଦାହ କାର୍ଯ୍ୟ କରାଯାଉଛି ।

ସ୍ଵର୍ଗଦ୍ବାର ଉଛେଦ ପ୍ରକ୍ରିୟା ଦ୍ବିତୀୟ ଦିନ,ସୁରୁଖୁରୁ ରେ ଚାଲିଛି ଶବଦାହ

ତେବେ ସ୍ବର୍ଗଦ୍ବାରର ନବୀକରଣ ସରିବା ପରେ ଅନ୍ୟପଟେ କାର୍ଯ୍ୟ ଆରମ୍ଭ ହେଲେ ଲୋକେ ଦାହରେ ସମସ୍ୟା ସମ୍ମୁଖୀନ କରିବେନି । ତେବେ ନବୀକରଣ ପରେ ପୁରୀ ସ୍ବର୍ଗଦ୍ବାରର ରଙ୍ଗ ଓ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ସୂଚନା ଥାଉକି, ତେଲାଙ୍ଗାନାର ମହାପ୍ରସ୍ତାନମ ଭଳି ପୁରୀ ସ୍ବର୍ଗଦ୍ବାରର ନବକଳେବର କରାଯିବ । ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ବର୍ଗଦ୍ବାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଆଜି ଭଙ୍ଗାଯାଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଛି ।

ପୂର୍ବରୁ ସରକାରଙ୍କ ଘୋଷଣା ମୁତାବକ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହ ହଟିବ ବିଜୁବାବୁଙ୍କ ସମାଧି । ସ୍ବର୍ଗଦ୍ବାରରେ ଶବ ବାହକ ଓ ଦାହ ପାଇଁ ସମ୍ପୂର୍ଣ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ବାହକମାନଙ୍କ ସୁବିଧା ପାଇଁ ନିର୍ମାଣ ହେବ ବିଶ୍ରାମକକ୍ଷ । ଏହାସହ ସବୁଋତୁରେ କିଭଳି ସୁବିଧାରେ ଦାହ କାମହେବ ସେନେଇ ସବୁ ଅନୁକୁଳ ବ୍ୟବସ୍ଥା ନିର୍ମାଣ କରାଯିବ । ଏଠାରେ ବ୍ୟାପକ ବୃକ୍ଷରୋପଣ ସହ ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।


ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details