ଓଡିଶା

odisha

ETV Bharat / city

ଉଛେଦ କାର୍ଯ୍ୟକୁ ବିରୋଧ କରିବ ପୁରୀ ସୁରକ୍ଷା ମଞ୍ଚ - ପୁରୀ ସୁରକ୍ଷା ମଞ୍ଚ

ପୁରୀ ସୁରକ୍ଷା ମଞ୍ଚ ଓ ଜିଲ୍ଲାପାଳଙ୍କ ଆଲୋଚନା ବିଫଳ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ 75 ମିଟର ଭିତରେ ହେଉଥିବା ଉଚ୍ଛେଦ ବନ୍ଦ ସହ ପ୍ରଥମେ ଥଇଥାନ ନେଇ ମଞ୍ଚ କରିଥିବା ଦାବିକୁ ଗ୍ରହଣ କଲେନି ଜିଲ୍ଲାପାଳ । ସେପଟେ ପ୍ରଥମେ ଥଇଥାନ ଓ କ୍ଷତିପୂରଣ ସହ ଉଚ୍ଛେଦ କାର୍ଯ୍ୟର ନିର୍ଦ୍ଧିଷ୍ଟ ବ୍ଲୁ ପ୍ରିଣ୍ଟ ସରକାର ନ ଦେଲେ ଉଛେଦ କାର୍ଯ୍ୟକୁ ବିରୋଧ କରାଯିବ ବୋଲି କହିଛି ସୁରକ୍ଷା ମଞ୍ଚ ।

ଡିଜାଇନ ଫଟୋ

By

Published : Sep 4, 2019, 5:35 PM IST

ପୁରୀ: ପୁରୀ ସୁରକ୍ଷା ମଞ୍ଚ ଓ ଜିଲ୍ଲାପାଳଙ୍କ ଆଲୋଚନା ବିଫଳ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ 75 ମିଟର ଭିତରେ ହେଉଥିବା ଉଚ୍ଛେଦ ବନ୍ଦ ସହ ପ୍ରଥମେ ଥଇଥାନ ନେଇ ମଞ୍ଚ କରିଥିବା ଦାବିକୁ ଗ୍ରହଣ କଲେନି ଜିଲ୍ଲାପାଳ । ସେପଟେ ପ୍ରଥମେ ଥଇଥାନ ଓ କ୍ଷତିପୂରଣ ସହ ଉଚ୍ଛେଦ କାର୍ଯ୍ୟର ନିର୍ଦ୍ଧିଷ୍ଟ ବ୍ଲୁ ପ୍ରିଣ୍ଟ ସରକାର ନ ଦେଲେ ଉଛେଦ କାର୍ଯ୍ୟକୁ ବିରୋଧ କରାଯିବ ବୋଲି କହିଛି ସୁରକ୍ଷା ମଞ୍ଚ ।

ଆଜି ଜିଲ୍ଲାପାଳଙ୍କ କକ୍ଷରେ ଜିଲ୍ଲାପାଳଙ୍କ ସହ ପୁରୀ ସୁରକ୍ଷା ମଞ୍ଚର କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା । ତେବେ ଏହି ଆଲୋଚନା ବିଫଳ ହୋଇଛି। ପୂର୍ବଭଳି ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଏନେଇ ବୈଠକ ପରେ ଅସନ୍ତୋଷ ପ୍ରକାଶ କରିଛି ପୁରୀ ସୁରକ୍ଷା ମଞ୍ଚ। ପୂର୍ବରୁ ନବକଳେବର ସମୟରେ ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଲୋକ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନଥିବା ଅଭିଯୋଗ ହୋଇଛି। ତେଣୁ ପ୍ରଥମେ ଥଇଥାନ ଓ ପରେ କ୍ଷତିପୂରଣ ସହ ଉଛେଦ କାର୍ଯ୍ୟର ନିର୍ଦ୍ଧିଷ୍ଟ ବ୍ଲୁ ପ୍ରିଣ୍ଟ ନ ଦେଲେ ଏହାକୁ ବିରୋଧ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details