ଓଡିଶା

odisha

ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣା, ଅଟକ ଥିବା 3 ଅଭିଯୁକ୍ତ ଗିରଫ

By

Published : May 25, 2022, 10:13 PM IST

ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣାରେ ପୋଲିସ ଅଟକ ରଖି ପଚରାଉଚରା କରୁଥିବା 3 ଅଭିଯୁକ୍ତ ଦୋଷ ସ୍ବୀକାର କରିଥିବା ସୂଚନା । ଗିରଫ ପରେ କୋର୍ଟଚାଲାଣ କରିବ ପୋଲିସ । ଅଧିକ ପଢନ୍ତୁ

ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣା, ଅଟକ ଥିବା 3 ଅଭିଯୁକ୍ତ ଗିରଫ
ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣା, ଅଟକ ଥିବା 3 ଅଭିଯୁକ୍ତ ଗିରଫ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣାରେ 3 ଅଭିଯୁକ୍ତ ଗିରଫ । ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ପୁରୀରେ ଘଟିଥିବା ଛୁରାମାଡ଼ ଘଟଣାରେ ପୋଲିସ ତିନି ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ଜେରା ସମୟରେ ଅଭିଯୁକ୍ତମାନେ ଦୋଷ ସ୍ବିକାର କରିଥିବା ସ୍ପଷ୍ଟ ହୋଇ ଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିବ ବୋଲି ସୂଚନା ମିଳିଛି ।

ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣା, ଅଟକ ଥିବା 3 ଅଭିଯୁକ୍ତ ଗିରଫ

ଖବର ଅନୁଯାୟୀ, ଦୁଇଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଏମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେହି ଘଟଣାକୁ ନେଇ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କୁ ଛୁରାମାଡ଼ କରିଥିଲେ ଅଭିଯୁକ୍ତ । ତେବେ କେବଳ ପୂର୍ବ ଶତ୍ରୁତା ରହିଛି, ନା ନିଶା କାରବାରକୁ ନେଇ ଏଭଳି ଘଟଣା ଘଟିଛି ସେନେଇ ତଦନ୍ତ କରାଯାଉଥିବା ପୁରୀ ଏସପି କରିଛନ୍ତି । ଗୁରୁତର ଯୁବକ ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ ।

ବଡ଼ ଶଙ୍ଖରେ ଏହି ଛୁରାମାଡ଼ ହୋଇ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାରେ ପୋଲିସ ଗୋଖା ସାହିର ଦିପୁ ବେହେରା, ଶିବୁନା ଭୋଇ ଓ ବିବୁନା ଭୋଇଙ୍କୁ ପୋଲିସ ଅଟକ ରଖି ଥିବାବେଳେ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details