ଓଡିଶା

odisha

ETV Bharat / city

ଖୋଲିଲା ଶ୍ରୀମନ୍ଦିର, ଜାରି ହେଲା ସଂଶୋଧନ ଏସଓପି - new SOP

କଟକଣା ଭିତରେ କେବଳ ସେବାୟତଙ୍କ ସମେତ ସହ ତାଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଛି । ମାତ୍ର ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଘୋଷଣା ନିୟମରେ କିଛି ପରିବର୍ତ୍ତନ କରି ପ୍ରଶାସନ ପକ୍ଷରୁ ସଂଶୋଧନ ଏସଓପି ଜାରି ହୋଇଛି ।

ଖୋଲିଲା ଶ୍ରୀମନ୍ଦିର,
ଖୋଲିଲା ଶ୍ରୀମନ୍ଦିର,

By

Published : Dec 23, 2020, 4:09 PM IST

ପୁରୀ: ମହାମାରୀ କୋରୋନା ଯୋଗୁଁ ବନ୍ଦ ଥିବା ପୁରୀ ଶ୍ରୀମନ୍ଦିର ଆଜିଠାରୁ ଖୋଲିଛି । କଟକଣା ଭିତରେ କେବଳ ସେବାୟତଙ୍କ ସମେତ ସହ ତାଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଛି । ମାତ୍ର ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଘୋଷଣା ନିୟମରେ କିଛି ପରିବର୍ତ୍ତନ କରି ପ୍ରଶାସନ ପକ୍ଷରୁ ସଂଶୋଧନ ଏସଓପି ଜାରି ହୋଇଛି । ଯେଉଁଥିରେ କାଳିଆ ଦର୍ଶନ ନେଇ ନିୟମକୁ ଆଉଟିକେ କଡାକଡି କରାଯାଇଛି ।

ପ୍ରଶାସନ ପକ୍ଷରୁ ସଂଶୋଧନ ଏସଓପି ଜାରି

ଏହା ନୂଆ ସଂଶୋଧନ ଏସଓପି ଅନୁଯାୟୀ, ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ବାରଣ କରାଯାଇଛି। ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ମନା କରାଯାଇଛି। ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି ଆସିବେ, ଟୋକନ ସହ ଆଧାର କାର୍ଡ ବା ଭୋଟର କାର୍ଡ ଆଣି ଆସିବା ଜରୁରୀ ।

ପ୍ରଶାସନ ପକ୍ଷରୁ ସଂଶୋଧନ ଏସଓପି ଜାରି

ସେହିପରି ମନ୍ଦିର ଭିତରେ ଏବଂ ବାହାରେ ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଜରୁରୀ। ଶ୍ରୀମନ୍ଦିର ଭିତରେ ଥିବା କୌଣସି ପ୍ରତିମାକୁ ଛୁଇଁ ପାରିବେନି ଶ୍ରଦ୍ଧାଳୁ । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା SOP ରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଜିଲ୍ଲା ବାହାର ଭକ୍ତଙ୍କ ପାଇଁ କୋଭିଡ ଟେଷ୍ଟ ନେଗେଟିଭ ସାର୍ଟିଫିକେଟ ୪୮ ଘଣ୍ଟା ପରିବର୍ତ୍ତେ ୯୬ ଘଣ୍ଟା ପୂର୍ବରୁ ଆଣିବା ପାଇଁ ନିର୍ଦ୍ଦେଶ ରହିଛି ।

ପ୍ରଶାସନ ପକ୍ଷରୁ ସଂଶୋଧନ ଏସଓପି ଜାରି
ଜାରି ହେଲା ସଂଶୋଧନ ଏସଓପି

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details