ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରର ଚାରୋଟି ଦ୍ବାର ହେବ ରୂପାଛାଉଣୀ

ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ପ୍ରଥମେ ଚାରୋଟି ଦ୍ବାର ହେବ ରୂପାଛାଉଣୀ। ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପାଛାଉଣୀ କରାଯିବ। ଅଧିକ ପଢନ୍ତୁ...

By

Published : Jun 16, 2021, 8:46 PM IST

ଶ୍ରୀମନ୍ଦିରର ଚାରୋଟି ଦ୍ବାର ହେବ ରୂପାଛାଉଣୀ
ଶ୍ରୀମନ୍ଦିରର ଚାରୋଟି ଦ୍ବାର ହେବ ରୂପାଛାଉଣୀ

ପୁରୀ: ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ପ୍ରଥମେ ଚାରୋଟି ଦ୍ବାର ହେବ ରୂପାଛାଉଣୀ। ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପାଛାଉଣୀ କରାଯିବ।

ଶ୍ରୀମନ୍ଦିରର ଚାରୋଟି ଦ୍ବାର ହେବ ରୂପାଛାଉଣୀ

ଏହାର ଡିଜାଇନ ଚୁଡାନ୍ତ ହୋଇଛି। କବାଟ କାମ ସରିଲେ ତାପରେ ରୂପାଛାଉଣୀ କରାଯିବ। ପ୍ରାୟ ୧୫ ଜଣ କାରିଗର ଏହି କାର୍ଯ୍ୟ କରିବେ। ନିଳାଦ୍ରୀ ଭକ୍ତ ନିବାସରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ଆବଶ୍ୟକ ବର୍ମାଟିକ୍ କାଠ ପହଞ୍ଚି ସାରିଛି। କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହୋଇଛି ଦୁଇଟି କମିଟି।

ମୂଳଦ୍ବାରର ଡିଜାଇନ୍ ଅକ୍ଷୁର୍ଣ୍ଣ ରହିବା ସହ ଉତ୍କଳୀୟ କଳା ସ୍ଥାପତ୍ୟର ଡିଜାଇନ୍ ମଧ୍ୟ ସ୍ଥାନ ପାଇବ। ଏଏସଆଇ ଠାରୁ ଅନୁମତି ଅଣାଯିବା ପରେ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ମୁମ୍ବାଇର ଜନୈକ ଦାତା ସମସ୍ତ ରୂପା ଦାନସୂତ୍ରରେ ଦେବାକୁ ରାଜି ହୋଇଛନ୍ତି। ରୂପାଦ୍ବାର ଛାଉଣୀରେ 1345 କେଜି ରୂପା ଦାନସୂତ୍ରରେ ମିଳିଛି। ତେବେ ପ୍ରାୟ 2 ଟନ ରୂପା ବ୍ୟବହୃତ ହେବ। ପରୀକ୍ଷାମୂଳକ ଭାବେ ତିନିଦ୍ବାର ରୁପା ଛାଉଣୀ ସରିବା ପରେ କଳାହାଟ ଓ ଅନ୍ୟ ୪ ପାର୍ଶ୍ଵଦେବାଦେବୀ ମନ୍ଦିରର ରୁପା ଛାଉଣୀ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details