ପୁରୀ: ଶ୍ରୀକ୍ଷେତ୍ରରେ ଲଜ୍ଜାଜନକ ଘଟଣା । ପୁଣ୍ୟଭୂମୀ ଶ୍ରୀମନ୍ଦିର ପରିସରରେ ନାବାଳକୁ ଯୌନ ଶୋଷଣ ଅଭିଯୋଗ (Allegation of Sexual Harassment to a Minor Boy) । ଜଣେ ୧୩ ବର୍ଷର ନାବାଳକୁ ମନ୍ଦିର ଭିତରେ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଯାତ୍ରୀ ଗୁମାସ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅମାନବୀୟ କାଣ୍ଡ ଭିଆଇ ଥିବା ଯାତ୍ରୀ ଗୁମାସ୍ତା ହେଲେ ହରଚଣ୍ଡି ସାହିର ସୁଦର୍ଶନ ମିଶ୍ର ।
ପୋଲିସର କହିବା ଅନୁସାରେ, ଜଣେ 13 ବର୍ଷର ନାବାଳକ ଶ୍ରୀମନ୍ଦିର ଭିତରେ ଥିବା ପଣ୍ଡା ନିଯୋଗରେ ବେଦ ଶିକ୍ଷା ନେଉଥିଲେ । ଯାତ୍ରୀ ଗୁମାସ୍ତା ଜଣକ ନାବାଳକକୁ ଯୌନ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୁକ୍ତ ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡି ସାହିର ସୁଦର୍ଶନ ମିଶ୍ର । ଅଭିଯୁକ୍ତ ଜଣକ ଉକ୍ତ ନାବାଳକକୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ । ଗତ 4 ତାରିଖ ଦିନ ୧ଟା ସମୟରେ ଅଭିଯୁକ୍ତ ସୁଦର୍ଶନ ଉକ୍ତ ନାବାଳକକୁ ଯୌନ ନିର୍ଯ୍ୟତନା ଦେବା ପାଇଁ ଉଦ୍ୟମ କରୁଥିବା ବେଳେ କୌଶଳ କ୍ରମେ ଉକ୍ତ ନାବାଳକଟି ଖସି ଆସିଥିଲା । ପରେ ଏ ନେଇ ସିଂହଦ୍ଵାର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଯୌନ ନିର୍ଯାତନା ଦେଇ ଥିବା ପ୍ରମାଣ ମିଳିବା ପରେ ପୋଲିସ ଅଭିଯୁକ୍ତ ସୁଦର୍ଶନ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଶ୍ରୀମନ୍ଦିର ଭିତରେ ନାବାଳକକୁ ଯୌନ ନିର୍ଯାତନା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।