ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରର ବାହାର ଓ ଭିତରକୁ କରାଗଲା ବିଶୋଧନ - Sri mandira temple santitize

ରାଜ୍ୟରେ କୋରୋନାର ଦ୍ବିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବାହାର ଓ ଭିତରକୁ ବିଶୋଧନ କରାଯାଇଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରର ବାହାର ଓ ଭିତରକୁ କରାଗଲା ବିଶୋଧନ
ଶ୍ରୀମନ୍ଦିରର ବାହାର ଓ ଭିତରକୁ କରାଗଲା ବିଶୋଧନ

By

Published : Apr 25, 2021, 11:27 AM IST

ପୁରୀ: ରାଜ୍ୟରେ କୋରୋନାର ଦ୍ବିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବାହାର ଓ ଭିତରକୁ ବିଶୋଧନ କରାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ, ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ସାନିଟାଇଜ ହୋଇଛି ଶ୍ରୀମନ୍ଦିର ।

ଶ୍ରୀମନ୍ଦିରର ବାହାର ଓ ଭିତରକୁ କରାଗଲା ବିଶୋଧନ

ମନ୍ଦିରକୁ ସାନିଟାଇଜ କରିବାକୁ ଅଗ୍ନିଶମ ବାହିନୀ ଦ୍ବାରା ଶ୍ରୀମନ୍ଦିରର ଚାରିଦ୍ବାର, ଜୋତା ଷ୍ଟାଣ୍ଡ, କିଓସ୍କ , ବ୍ୟାରିକେଡ ଓ ଅନ୍ୟାନ୍ୟ ସ୍ଥାନ ବିଶୋଧନ ହୋଇଛି । ଆସନ୍ତା ମେ’ 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁରକ୍ଷାକୁ ନେଇ ବନ୍ଦ ରଖାଯାଇଛି । ରାଜ୍ୟରେ କୋରୋନା ମାମଲା ବଢୁଥିବାରୁ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ନୂଆ ଏସଓପି ଲାଗୁ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିରର 70 ଜଣ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସପ୍ତାହନ୍ତ ସଟ ଡାଉନ ଯୋଗୁଁ ରାଜ୍ୟର ସବୁ ସହରାଞ୍ଚଳରେ କଟକଣା କଡାକଡି ଲାଗୁ କରାଯାଇଛି l ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଚେକିଂ ମଧ୍ୟ ଜାରି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details