ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି - puri sri mandir rituals

ଶ୍ରୀକ୍ଷେତ୍ରର କ୍ଷେତ୍ରଧୀଶ୍ଵରୀ ମା ବିମଳାଙ୍କ ମନ୍ଦିରରେ ବିଧି ଅନୁଯାୟୀ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

puri sri mandir rituals
ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି

By

Published : Sep 28, 2021, 6:27 PM IST

ପୁରୀ:ଶ୍ରୀମନ୍ଦିରରେ ଆଜି ସହସ୍ର କୁମ୍ଭାଭିଷେକ ନୀତି । ଶ୍ରୀକ୍ଷେତ୍ରର କ୍ଷେତ୍ରଧୀଶ୍ଵରୀ ମା ବିମଳାଙ୍କ ମନ୍ଦିରରେ ବିଧି ଅନୁଯାୟୀ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି ।

ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି

ବୁଧବାର ମୂଳାଷ୍ଟମୀଠାରୁ ଆରମ୍ଭ ହେବ ଶାରଦୀୟ ଦୁର୍ଗାଉତ୍ସବ। ଏହି ଅବସରରେ ଦୁର୍ଗାମାଧବ ଉପାସନା କରାଯିବ। ଶ୍ରୀଜଗନ୍ନାଥଙ୍କ ସ୍ବରୂପ ହେଉଛନ୍ତି ମାଧବ। ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲାବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଉପାସନା ପ୍ରଚଳିତ ରହିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ରତ୍ନ ଭଣ୍ଡାରରୁ ମା’ଦୁର୍ଗାଙ୍କର ସ୍ବର୍ଣ୍ଣପ୍ରତିମା ସିଂହାସନରେ ବିଜେ କରିଥିଲେ। ମା’ସୁଭଦ୍ରାଙ୍କ ଠାରୁ ଲାଗି ଆଜ୍ଞାମାଳ ମା’ଦୁର୍ଗାଙ୍କୁ ଲାଗି କରାଯିବ । ମା’ଦୁର୍ଗା ମାଜଣା ମଣ୍ଡପକୁ ବିଜେ ହେବାପରେ ଠାକୁରାଣୀଙ୍କ କୁମ୍ଭାଭିଷେକ ନୀତି କରାଯାଇଛି । ମାଧବଙ୍କ ପ୍ରତିମୂର୍ତ୍ତିଙ୍କୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଭଦ୍ରାସନରେ ବିଜେ ହେବେ । ପରେ ସୁସଜ୍ଜିତ ବିମାନରେ ଯାଇ ମା’ବିମଳା ଠାକୁରାଣୀଙ୍କ ଜଗମୋହନରେ ବିଜେ ହେବେ ।

ସ୍ବତନ୍ତ୍ର ଭୋଗ ଅର୍ପଣ କରାଯାଇ ଆଳତି ଓ ବନ୍ଦାପନା ନୀତି ବଢ଼ିବା ପରେ ଶୀତଳ ଭୋଗ ଅର୍ପଣ ହୋଇ ବନ୍ଦାପନା କରାଯିବ। ରାତିରେ ଚନ୍ଦନଲାଗି ନୀତି ସରିବା ପରେ ସେବାୟତମାନେ ଦୁର୍ଗାମାଧବଙ୍କୁ ବିଜେ କରାଇ ଆଣି ଭଣ୍ଡାର ଘରେ ସ୍ଥାପନ କରିବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details