ଓଡିଶା

odisha

By

Published : Mar 17, 2022, 10:52 PM IST

ETV Bharat / city

ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସର ତନାଘନା

ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା । ଅଭିଯୁକ୍ତଙ୍କୁ ଗିରଫ ନେଇ ପୋଲିସ ଚଢ଼ାଉ ଜାରି । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସର ତନାଘନା
ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସର ତନାଘନା

ପୁରୀ: ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା । ଅଭିଯୁକ୍ତଙ୍କୁ ଗିରଫ ନେଇ ପୋଲିସ ଚଢ଼ାଉ ଜାରି । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସର ତନାଘନା

ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି । ସମସ୍ତ ଅପରାଧୀଙ୍କୁ ପୋଲିସ ଚିହ୍ନଟ କରି ସାରିଛି ବୋଲି ସୂଚନା ମିଳିଛି ।ବ୍ୟକ୍ତିଗତ ଶତ୍ରୁତା, ଜମି ଜମା ମାମଲା କିମ୍ବା ଗୁନ ସିଂହାରୀ ହତ୍ୟା କାଣ୍ଡ ଘଟଣା ସହ ଅନ୍ୟ ସମସ୍ତ ଦିଗ ଉପରେ ପୋଲିସ ଅନୁଧ୍ୟାନ କରୁଛି ।

ତେବେ ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ତେବେ ଗତକାଲି ପ୍ରାୟ ଦିନ 10:30 ସମୟରେ ବାରବାଟୀ ଜାଗା ନିକଟରେ କୃଷ୍ଣଚନ୍ଦ୍ର ବସିଥିବା ବେଳେ ଗୁଳି କରି ହତ୍ୟା କରାଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details