ପୁରୀ:ବିଶ୍ଵରେ ସବୁଠୁ ଉଚ୍ଚତମ ରଥ ଭାବେ କେନ୍ଦୁଝର ରଥକୁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ(Guinness Book of World Records)ରେ ସ୍ଥାନ ପାଇବାକୁ ନେଇ ପୁରୀ ସେବାୟତଙ୍କ ବିରୋଧ । ପୁରୀରେ ମହାପ୍ରଭୁଙ୍କ ରଥ ପରମ୍ପରାକୁ ଅଣଦେଖା କରି କେନ୍ଦୁଝର ରଥକୁ ବିଶ୍ଵର ସବୁଠୁ ବଡ ରଥ ଭାବେ ମାନ୍ୟତା ମିଳିବା ପରେ ପୁରୀ ସେବାୟତ କ୍ଷୋଭ ବ୍ୟକ୍ତ କରିଛନ୍ତି ।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନାମ ଅନୁଯାୟୀ ବଡ ଠାକୁର, ବଡ ଦେଉଳ, ବଡ ଦାଣ୍ଡ, ବଡ ପଣ୍ଡା ଆଦି ନାମରେ ପରମ୍ପରା ରହିଛି । ଯାହାକୁ ସମସ୍ତେ ଅନୁସରଣ କରୁଛନ୍ତି । କିନ୍ତୁ ପ୍ରତିଯୋଗିତାମୂଳକ ମନୋଭାବ ନେଇ କେତେକ ଅନୁଷ୍ଠାନ ଯେଭଳି ମହାପ୍ରଭୁଙ୍କ ରଥର ଉଚ୍ଚତାକୁ ନମାନି ଅଧିକ ଉଚ୍ଚତା ରଥ କରିଛନ୍ତି ତାହା ଠିକ୍ ନୁହେଁ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନ ପାଇଁ ଏହା ଭୁଲ ବାର୍ତ୍ତା ଦେବ ବୋଲି କହିଛନ୍ତି ସେବାୟତ ।