ପୁରୀ: କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ଭକ୍ତ ପାଇଁ ବନ୍ଦ ରହିଛି । ଫଳରେ ସେବାୟତଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିଛି । ସେଥିପାଇଁ ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରର ସେବାୟତ ଓ ପୂଜକଙ୍କୁ ମାନବିକତା ଦୃଷ୍ଟି କୋଣରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ସହ ସମସ୍ତ ମନ୍ଦିର ଖୋଲିବାକୁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମତ ରଖିଛନ୍ତି ।
ସେବାୟତମାନେ ପୂଜା କରି ଯାହା କିଛି ଅର୍ଥ ଆୟ କରଥାନ୍ତି, ସେଥିରେ ତାଙ୍କର ପରିବାର ଚଳିଥାଏ । ସେବାୟତଙ୍କର ଅନ୍ୟ କୌଣସି ଆୟ ପନ୍ଥା ନ ଥିବା ହେତୁ ତୁରନ୍ତ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି ।