ପୁରୀ: ସ୍ଥଳଭାଗ ଆଗକୁ ମାଡିଆସୁଛି ଶକ୍ତିଶାଳୀ ବାତ୍ୟା 'ଅମ୍ଫାନ' । ବାତ୍ୟାକୁ ନେଇ ସତର୍କ ରହିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରବଳ ବର୍ଷା ଓ ପବନ ଆଶଙ୍କାକୁ ଆଖିଆଗରେ ରଖି ଘୁଞ୍ଚାଇ ଦିଆଯାଇଛି ରଥ ନିର୍ମାଣକାର୍ଯ୍ୟ । 19 ଓ 20 ତାରିଖ ଦୁଇ ଦିନ ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଛି ।
ବାତ୍ୟା 'ଅମ୍ଫାନ' ଅଟକାଇଲା ରଥ ନିର୍ମାଣ କାର୍ଯ୍ୟ - cyclone amphan
ବାତ୍ୟା 'ଅମ୍ଫାନ' ପାଇଁ ଘୁଞ୍ଚିଲା ରଥ ନିର୍ମାଣ କାର୍ଯ୍ୟ । ବର୍ଷା ଓ ପବନକୁ ଦୃଷ୍ଟିରେ ରଖାଯାଇ 19 ଓ 20 ତାରିଖ ଦୁଇ ଦିନ ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...

ବାତ୍ୟା 'ଅମ୍ଫାନ' ଅଟକାଇଲା ରଥ ନିର୍ମାଣ କାର୍ଯ୍ୟ
ବାତ୍ୟା 'ଅମ୍ଫାନ' ଅଟକାଇଲା ରଥ ନିର୍ମାଣ କାର୍ଯ୍ୟ
ରଥ ନିର୍ମାଣ କାର୍ଯ୍ୟ ବେଳେ ଯେଭଳି କୌଣସି ଅଘଟଣ ନ ଘଟେ ଏନେଇ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ ସ୍ଥଗିତ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ସୁରକ୍ଷା ଦୃଷ୍ଟିରୁ ରଥ ଖଳାକୁ ଜରି ପାଲରେ ଢଙ୍କା ଯାଇଛି। ସେହିପରି ରଥ ଖଳା ବାହାରେ ଥିବା ଚକ ଗୁଡିକୁ ମଧ୍ୟ ସୁରକ୍ଷା ପାଇଁ ପାଲ ଘୋଡାଇ ରଖାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ