ଓଡିଶା

odisha

ETV Bharat / city

ଧାଡି ପହଣ୍ଡି ପରେ ରଥାରୁଢ ହେଲେ ଭାଇଭଉଣୀ

କୋରୋନା କଟକଣା ମଧ୍ୟରେ ଏଥର ମଧ୍ୟ ବିନା ଭକ୍ତରେ ଚାଲିଛି ରଥଯାତ୍ରା । ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଟାହିଆ ହଲାଇ ରଥାରୁଢ ହୋଇଛନ୍ତି । କିନ୍ତୁ ଏଥର ଭାଇ ଭଉଣୀଙ୍କ ମନରେ ନାହିଁ ସେହି ଉଲ୍ଲାସ । କାରଣ ସାମ୍ନାରେ ନାହିଁ ପ୍ରିୟ ଭକ୍ତ । ଅଧିକ ପଢନ୍ତୁ...

By

Published : Jul 12, 2021, 9:45 AM IST

ଧାଡି ପହଣ୍ଡି ପରେ ରଥାରୁଢ ହେଲେ ଭାଇଭଉଣୀ
ଧାଡି ପହଣ୍ଡି ପରେ ରଥାରୁଢ ହେଲେ ଭାଇଭଉଣୀ

ପୁରୀ: ଆଜି ପବିତ୍ର ରଥଯାତ୍ରା । କୋରୋନା କଟକଣା ମଧ୍ୟରେ ଏଥର ମଧ୍ୟ ବିନା ଭକ୍ତରେ ଚାଲିଛି ରଥଯାତ୍ରା । ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଛନ୍ତି । କିନ୍ତୁ ଏଥର ଭାଇ ଭଉଣୀଙ୍କ ମନରେ ନାହିଁ ସେହି ଉଲ୍ଲାସ । କାରଣ ସାମ୍ନାରେ ନାହିଁ ପ୍ରିୟ ଭକ୍ତ । ଶ୍ରୀଜୀଉଙ୍କୁ ପହଣ୍ଡି ନୀତି ଦେଖିବାକୁ ଭକ୍ତର ମନ ସର୍ବଦା ହୁଏ ବ୍ୟାକୁଳ । ଘଣ୍ଟଘଣ୍ଟା, ପାରମ୍ପରିକ ବାଦ୍ୟ ଯନ୍ତ୍ର, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୁଏ ପରିବେଶ । ଏଥର ମଧ୍ୟ ସବୁ ନିତୀକାନ୍ତିର ସହ ଭାଇ ଭଉଣୀ ରଥା ରୁଢ ହୋଇଛନ୍ତି ।

ଧାଡି ପହଣ୍ଡି ପରେ ରଥାରୁଢ ହେଲେ ଭାଇଭଉଣୀ

ତେବେ ମହାପ୍ରଭୁଙ୍କର ଏହି ବିଶେଷ ନୀତି ହୋଇଥାଏ ଦୁଇ ପ୍ରକାରର । ପ୍ରଥମଟି ଧାଡ଼ି ପହଣ୍ଡି ଓ ଦ୍ବିତୀୟଟି ହେଉଛି ଗୋଟି ପହଣ୍ଡି । ଶ୍ରୀଜୀଉଙ୍କ ରଥ ଉପରକୁ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ସମୟରେ ହୋଇଥାଏ ଗୋଟି ପହଣ୍ଡି । ଠାକୁର ମାନଙ୍କୁ ଧାଡ଼ିରେ ପହଣ୍ଡି କରି ଆଣିବାକୁ ଧାଡ଼ି ପହଣ୍ଡି କୁହାଯାଉଥିବା ବେଳେ ଗୋଟିଏ ଠାକୁରଙ୍କୁ ଆସ୍ଥାନରେ ପହଞ୍ଚାଇବା ପରେ ଅନ୍ୟ ଜଣେ ଠାକୁରଙ୍କୁ ପହଣ୍ଡି କରି ଆଣିବାକୁ ଗୋଟି ପହଣ୍ଡି କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details