ଓଡିଶା

odisha

ETV Bharat / city

ପୁରୀ ଗଣଦୁଷ୍କର୍ମ ମାମଲା, ତୃତୀୟ ଅଭିଯୁକ୍ତ ଗିରଫ - Puri rape case

ପୁରୀ ଗଣଦୁଷ୍କର୍ମ ମାମଲାର ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ରାମ ଚନ୍ଦ୍ର ପ୍ରଧାନ । ଅଧିକ ଖବର ପଢନ୍ତୁ...

accused
ପୁରୀ ଗଣଦୁଷ୍କର୍ମ ଘଟଣା,ତୃତୀୟ ଅଭିଯୁକ୍ତ ଗିରଫ

By

Published : Dec 6, 2019, 8:23 PM IST

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ବ୍ରହ୍ମଗିରି ଆଳିଆ ପୁଟର ରାମ ଚନ୍ଦ୍ର ପ୍ରଧାନ । ଶୁକ୍ରବାର ସକାଳେ ଖବର ପାଇ ପୋଲିସ ଅଭିଯୁକ୍ତ ଘରେ ଚଢ଼ାଉ କରିବା ସହ ତାକୁ ଗିରଫ କରିଛି ।

ପୁରୀ ଗଣଦୁଷ୍କର୍ମ ଘଟଣା,ତୃତୀୟ ଅଭିଯୁକ୍ତ ଗିରଫ

ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ଉକ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ସୂଚନା ଥାଉକି, ପୁରୀ ଗଣଦୁଷ୍କର୍ମ ମାମଲାରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ 2 ଅଭିଯୁକ୍ତ ଜିତେନ୍ଦ୍ର ଓ ତାର ଅନ୍ୟ ଜଣେ ସହଯୋଗୀକୁ ପୁରୀ ପୋଲିସ ଗିରଫ କରିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details