ଓଡିଶା

odisha

ETV Bharat / city

ଆକ୍ସନ ମୋଡରେ ପୁରୀ ପୋଲିସ, ଡ୍ରଗ ମାଫିଆଙ୍କ ସମ୍ପତ୍ତି କରୁଛି ଜବତ - ଡ୍ରଗ ମାଫିଆଙ୍କ ସମ୍ପତ୍ତି ଜବତ କଲା ପୁରୀ ପୋଲିସ

ଡ୍ରଗ ମାଫିଆଙ୍କ ବିରୋଧରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ । କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କଲା ପୋଲିସ । ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ ରୋକ ଲଗାଇବା ପାଇଁ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ଅଧିକ ପଢନ୍ତୁ

ଆକ୍ସନ ମୋଡରେ ପୁରୀ ପୋଲିସ, ଡ୍ରଗ ମାଫିଆଙ୍କ ସମ୍ପତ୍ତି କରୁଛି ଜବତ
ଆକ୍ସନ ମୋଡରେ ପୁରୀ ପୋଲିସ, ଡ୍ରଗ ମାଫିଆଙ୍କ ସମ୍ପତ୍ତି କରୁଛି ଜବତ

By

Published : Mar 31, 2022, 5:23 PM IST

ପୁରୀ: ଡ୍ରଗ ମାଫିଆଙ୍କ ବିରୋଧରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ । କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କଲା ପୋଲିସ । ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ ରୋକ ଲଗାଇବା ପାଇଁ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ ।

ଆକ୍ସନ ମୋଡରେ ପୁରୀ ପୋଲିସ, ଡ୍ରଗ ମାଫିଆଙ୍କ ସମ୍ପତ୍ତି କରୁଛି ଜବତ

ତେବେ ଚଳିତବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପୋଲିସ ୧ କେଜିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହି ମାମଲାରେ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଜାନୁଆରୀ ୭ ତାରିଖରେ ବାସେଳୀ ସାହି ଥାନା ପୋଲିସ ବ୍ରାଉନସୁଗାର ମାଫିଆ ଅନିରୁଦ୍ଧ ଜୟସିଂହ ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆକ୍ସନ ମୋଡରେ ପୁରୀ ପୋଲିସ, ଡ୍ରଗ ମାଫିଆଙ୍କ ସମ୍ପତ୍ତି କରୁଛି ଜବତ

ସେହିପରି ଅଭିଯୁକ୍ତ ଅନିରୁଦ୍ଧ ଏବେ ଜେଲରେ ଥିବାବେଳେ ପୋଲିସ ଆଜି ଅନିରୁଦ୍ଧର କୋଟିଏ ଟଙ୍କାର ସମ୍ପତ୍ତି ପୋଲିସ ଜବତ କରିଛି । ଅଭିଯୁକ୍ତ ଅନିରୁଦ୍ଧ ବ୍ରାଉନ ସୁଗାର ବିକ୍ରି କରି ବିପୁଳ ସମ୍ପତ୍ତି ଠୁଳ କରିଥିବାବେଳେ ପୋଲିସ ଆଜି ଅଭିଯୁକ୍ତ ଅନିରୁଦ୍ଧର ଘରେ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସ ଦୁଇଟି ଜେସିବି, ଗୋଟିଏ କାର ଓ ଟ୍ରାକ୍ଟର, ସୁନା ଗହଣା, ହାର୍ଡୱେର ଦୋକାନ ସହ ଅନିରୁଦ୍ଧର ସିମେଣ୍ଟ ଗୋଦାମକୁ ପୋଲିସ ଜବତ କରିଛି ।

ତେବେ ଏହାର ମୂଲ୍ୟ ୧ କୋଟି ୧୭ ହଜାର ୨୭୬ ଟଙ୍କା ବୋଲି ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି । ଏଥିସହ ଆଗାମୀ ଦିନରେ ପୁରୀ ସହରକୁ ନିଶାମୁକ୍ତ କରିବାକୁ ପୁରୀ ପୋଲିସ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଅଭିଯାନ ଜାରି ରହିବା ସହ ବେଆଇନ ବାଟରେ ଅର୍ଜିତ ଅର୍ଥ ସମ୍ପତ୍ତିକୁ ପୋଲିସ ଜବତ କରିବ ବୋଲି ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details