ଓଡିଶା

odisha

ETV Bharat / city

ମଞ୍ଚରେ ଗୁଳି ଫୁଟାଇବା ମହଙ୍ଗା ପଡିଲା; ବ୍ୟବସାୟୀ ଓ ଅଙ୍ଗରକ୍ଷୀ ଗିରଫ - ପୁରୀ ଏସପି ଡ. ଉମାଶଙ୍କର ଦାଶ

ରଙ୍ଗୀନ ମିଜାଜରେ ମଞ୍ଚରେ ମସଗୁଲ ଥିବାବେଳେ ସର୍ବସାଧାରଣରେ ଫୁଟାଇଥିଲେ ଗୁଳି । ଏବେ ସମସ୍ତେ ଗିରଫ ହୋଇ ଗଲେ ଜେଲ । ପୁରୀରେ ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳି ଫୁଟାଇ ଚର୍ଚ୍ଚା ସୃଷ୍ଟି କରିଥିଲେ ବ୍ୟବସାୟୀ ଓ ଅଙ୍ଗରକ୍ଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Sep 29, 2019, 7:28 PM IST

ପୁରୀ: ରଙ୍ଗୀନ ଆଲୁଅରେ ଚାଲିଥିଲା ସେଦିନ ନୃତ୍ୟଗୀତ । ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ ଥିଲେ ସମସ୍ତେ । ହେଲେ ହଠାତ ମଞ୍ଚରେ ଫୁଟିଲା ଗୁଳି । ଗୋଟିଏ କି ଦୁଇଟା ନୁହେଁ ପାଖାପାଖି 6 ରାଉଣ୍ଡ ଫୁଟିଥିଲା ଗୁଳି । ନାଚଗୀତରେ ହଠାତ ଗୁଳି ଶବ୍ଦ ଶୁଣି ସ୍ତବ୍ଧ ହୋଇଯାଇଥିଲେ ଉପସ୍ଥିତ ଲୋକେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଥିଲେ ପୁରୀ ଏସପି ଡ. ଉମାଶଙ୍କର ଦାଶ । ଭିଡିଓ ଭାଇରାଲ ହେବା ପରେ ଏସପି କହିଥିଲେ ଘଟଣାର ଅନୁସନ୍ଧାନ କରାଯାଉଛି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ ଆଜି ପୁରୀ ପୋଲିସ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଆଜି 4ଜଣଙ୍କୁ ଗିରଫ କରିଛି ପୋଲିସ ।


ଗିରଫ ଅଭିଯୁକ୍ତ ମାନେ ହେଲେ ବ୍ୟବସାୟୀ ନରୁଆ ସାହୁ, ତାଙ୍କ ଅଙ୍ଗରକ୍ଷୀ ବରୁଣ କୁମାର, ଦେବେନ୍ଦ୍ର କୁମାର ଓ ବବଲୁ କୁମାର । ଏମାନଙ୍କ ନାମରେ ଆର୍ମ ଆକ୍ଟ ସହ ବିଭିନ୍ନ ଦଫା ଲଗାଇ ପୋଲିସ କୋର୍ଟ ଚାଲାଣ କରିଛି । ଏହାସହ 5ଟି ମୋବାଇଲ ସହ ଦୁଇଟି ଗୁଳି ଓ ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details