ଓଡିଶା

odisha

ETV Bharat / city

ଜଗନ୍ନାଥ ଷ୍ଟାଡିୟମର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆରମ୍ଭ ହେଲା ଉଚ୍ଛେଦ - puri pentakantha evacution for development of jagannath stadium

ପୁରୀକୁ ହେରିଟେଜ ସିଟି କରିବା ପାଇଁ ଜୋରସୋରରେ ଚାଲିଛି କାର୍ଯ୍ୟ |ପେଣ୍ଠକଟା ଶ୍ରୀଜଗନ୍ନାଥ ଷ୍ଟାଡିଅମକୁ ଲାଗିଥିବା 35ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଗୁଡିକୁ ପୌରସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଇଛି | ଅଧିକ ପଢନ୍ତୁ...

ଜଗନ୍ନାଥ ଷ୍ଟାଡିୟମର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆରମ୍ଭ ହେଲା ଉଚ୍ଛେଦ
ଜଗନ୍ନାଥ ଷ୍ଟାଡିୟମର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆରମ୍ଭ ହେଲା ଉଚ୍ଛେଦ

By

Published : Oct 20, 2020, 7:23 PM IST

ପୁରୀ: ଜଗନ୍ନାଥ ଷ୍ଟାଡିୟମର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଉଚ୍ଛେଦ । ପୁରୀକୁ ହେରିଟେଜ ସିଟି କରିବା ପାଇଁ ଜୋରସୋରରେ ଚାଲିଛି କାର୍ଯ୍ୟ | ପେଣ୍ଠକଟାରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ ।

ଜଗନ୍ନାଥ ଷ୍ଟାଡିୟମର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆରମ୍ଭ ହେଲା ଉଚ୍ଛେଦ

ମଙ୍ଗଳବାର ପୁରୀ ପେଣ୍ଠକଟା ଶ୍ରୀଜଗନ୍ନାଥ ଷ୍ଟାଡିଅମକୁ ଲାଗିକରି ଥିବା 35ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଗୁଡିକୁ ପୌରସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଇଛି | ଷ୍ଟାଡିୟମର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଏହି ଉଛେଦ କରାଯାଉଛି। ଷ୍ଟାଡିୟମକୁ ଲାଗି ରହିଥିବା ପୁରୁଣା ଦୋକାନ ଘର ଗୁଡିକ ଅସୁରକ୍ଷିତ ଥିବା ଯୁଗ୍ମ ଵୈଷୟକ କମିଟି ତଦନ୍ତ କରି ରିପୋର୍ଟ ଦେବା ପରେ ଏନେଇ ପୁରୀ ପୌରସଂସ୍ଥା କିଛି ଦିନ ତଳେ ଜାରି କରିଥିଲା ନୋଟିସ | ତେବେ ନୋଟିସକୁ ଆଧାର କରି ଆଜି ପେଣ୍ଠକଟାରେ ଥିବା ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗିଛି ପ୍ରଶାସନ |

ତେବେ ଷ୍ଟାଡିଅମର ନିର୍ମାଣ ତଥା ଅସୁରକ୍ଷିତ ଦୋକାନଗୃହକୁ ଦୃଷ୍ଟିରେ ରଖି ପ୍ରଶାସନ ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି ସେହି ନିଷ୍ପତିକୁ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଛନ୍ତି । କିନ୍ତୁ ନିଜର ସ୍ଥାନ ହରାଇଥିବା ଲୋକେ ଖୁବ ଶୀଘ୍ର ଥଇଥାନ କରିବା ପାଇଁ ଦାବି କରିଛନ୍ତି |

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details