ଓଡିଶା

odisha

By

Published : Aug 14, 2021, 4:19 PM IST

ETV Bharat / city

ପୁରୀ ପୌରାଞ୍ଚଳର ପ୍ରତି ଘରେ ଲାଗିବ ଡିଜିଟାଲ କୋଡ, ମିଳିବ ଏହି ସୁବିଧା

ଡିଜିଟାଲ ଡ଼ୋର ନେଟଓ୍ୱର୍କିଂ ସହ ଖୁବଶୀଘ୍ର ଯୋଡ଼ି ହେବାକୁ ଯାଉଛନ୍ତି ପୁରୀ ପୌରାଞ୍ଚଳବାସୀ। ପୌରାଞ୍ଚଳର ପ୍ରତି ପରିବାକୁ ଏଣିକି ମିଳିବ ସ୍ୱତନ୍ତ୍ର ଡ଼ିଜିଟାଲ କୋଡ଼। ଅଧିକ ପଢନ୍ତୁ...

ପୁରୀବାସୀ ପାଇବେ ସ୍ୱତନ୍ତ୍ର ଡିଜିଟାଲ କୋଡ଼
ପୁରୀବାସୀ ପାଇବେ ସ୍ୱତନ୍ତ୍ର ଡିଜିଟାଲ କୋଡ଼

ପୁରୀ: ରାଜ୍ୟ ସରକାରଙ୍କ 5T ଅଧିନରେ ସମସ୍ତ କାର୍ଯ୍ୟ ଡ଼ିଜିଟାଲ ମୋଡ଼ରେ ଚାଲୁରହିଥିବା ବେଳେ ଡ଼ିଜିଟାଲ ଡ଼ୋର ନେଟଓ୍ୱର୍କିଂ ସହ ଖୁବଶୀଘ୍ର ଯୋଡ଼ି ହେବାକୁ ଯାଉଛନ୍ତି ପୁରୀ ପୌରାଞ୍ଚଳବାସୀ। ପୌରାଞ୍ଚଳର ପ୍ରତି ପରିବାରକୁ ଏଣିକି ମିଳିବ ସ୍ୱତନ୍ତ୍ର ଡ଼ିଜିଟାଲ କୋଡ଼। ଏହି କୋଡ଼ରେ ପରିବାରର ସବିଶେଷ ତଥ୍ୟ ରହିବା ସହ ହୋଲ୍ଡ଼ିଂ ଟ୍ୟାକ୍ସ, ବିଜୁଳି, ପାନୀୟ ଜଳ ଦେୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ଟିକସ ପୈଠ କରିପାରିବେ ପୁରୀବାସୀ।

ପୁରୀବାସୀ ପାଇବେ ସ୍ୱତନ୍ତ୍ର ଡିଜିଟାଲ କୋଡ଼

ଏଥିପାଇଁ ପୌରାଞ୍ଚଳରେ ଥିବା ସମସ୍ତ ଓ୍ୱାର୍ଡ଼ରେ ସର୍ଭେ କାର୍ଯ୍ୟ ପୌର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି। ପୂର୍ବରୁ ସାଧାରଣ ଲୋକଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ବିଲ୍ ପୈଠ କରିବା ପାଇଁ ପଡ଼ୁଥିଲା। କିନ୍ତୁ ଏହି ସମସ୍ୟା ଏବେ ଆଉ ରହିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ। ପ୍ରତି ଘରର ବାହାର ପାର୍ଶ୍ୱରେ ଏହି ଡ଼ିଜିଟାଲ କୋଡ଼୍ ଲଗାଯିବ। ଆଧାର କାର୍ଡ଼ ଭଳି ଏହା ପୁରୀ ପୌରାଞ୍ଚଳ ବାସୀଙ୍କ ସ୍ୱତନ୍ତ୍ର ପରିଚୟ ପତ୍ର ଭାବେ ବ୍ୟବହାର ହୋଇପାରିବ।

ଏହାସହ ଏହି କୋଡ଼ ଜିପିଆରଏସି ଭଳି ମଧ୍ୟ କାମ ଦେବ। ଏହି କୋଡ଼ ଜରିଆରେ ଘରର ଲୋକେସନ ଜଣାପଡ଼ିବ। ତେବେ ସର୍ଭେ କାର୍ଯ୍ୟ ଶେଷ ହେବା ପରେ ପ୍ରତି ପରିବାରକୁ ଏହି ୟୁନିକ୍ ଡ଼ିଜିଟାଲ କୋଡ଼ ପ୍ରଦାନ କରାଯିବ। ଏପେଟେ ଏହି ଡ଼ିଜିଟାଲ କୋଡ଼୍ ବ୍ୟବସ୍ଥାକୁ ସମସ୍ତେ ସ୍ୱାଗତ କରିଥିବା ବେଳେ ଏହାର ସଠିକ୍ କାର୍ଯ୍ୟକାରିତା ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଦୁର୍ନିତୀ କମିବ ବୋଲି ଆଶା ରଖିଛନ୍ତି ପୁରୀ ସହରବାସୀ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details