ପୁରୀ: ରଥଯାତ୍ରାକୁ ନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ କରି ନାହାଁନ୍ତି। କିନ୍ତୁ ରଥଯାତ୍ରା ଅୟୋଜନକୁ ସମର୍ଥନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ମହାପ୍ରଭୁ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା । ତାଙ୍କର ରଥଯାତ୍ରା ନହେଲେ ଘୋର ବିପତ୍ତି ଆଗକୁ ଆସିବ ବୋଲି କହିଛନ୍ତି ପୁରୀ ବିଧାୟକ।
ରଥଯାତ୍ରା ଅୟୋଜନ ନେଇ ପୁରୀ ବିଧାୟକଙ୍କ ସମର୍ଥନ - ପୁରୀ ବିଧାୟକ
ରଥଯାତ୍ରା ଅୟୋଜନ ନେଇ ପୁରୀ ବିଧାୟକଙ୍କ ସମର୍ଥନ । ସ୍ନାନଯାତ୍ରା ଭଳି ବିନା ଭକ୍ତଙ୍କ ଉପସ୍ଥିତିରେ ରାଜ୍ୟ ସରକାର ରଥଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ଜୟନ୍ତ ଷଡ଼ଙ୍ଗୀ । ଅଧିକ ପଢନ୍ତୁ..
![ରଥଯାତ୍ରା ଅୟୋଜନ ନେଇ ପୁରୀ ବିଧାୟକଙ୍କ ସମର୍ଥନ puri-mlas-support-for-rath-yatra](https://etvbharatimages.akamaized.net/etvbharat/prod-images/768-512-7653036-thumbnail-3x2-puri.jpg)
puri-mlas-support-for-rath-yatra
ରଥଯାତ୍ରା ଅୟୋଜନ ନେଇ ପୁରୀ ବିଧାୟକଙ୍କ ସମର୍ଥନ
ମହାପ୍ରଭୁଙ୍କ ରଥଯାତ୍ରାକୁ ସ୍ନାନଯାତ୍ରା ଭଳି ବିନା ଭକ୍ତଙ୍କ ଉପସ୍ଥିତିରେ କରିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ମହାପ୍ରଭୁଙ୍କ ପରମ୍ପରାକୁ କୋରୋନା ଆଳରେ ବନ୍ଦ ହେବା ଠିକ ନୁହେଁ ବୋଲି ବରିଷ୍ଠ ସେବାୟତ ବଳଦେବ ସିଂହାରୀ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ