ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କ ଦର୍ଶନ ନେଇ SOP ଜାରି - puri district administration

ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ଜାରି କଲା ପୁରୀ ପ୍ରଶାସନ । ୨୬ ରୁ ସହରବାସୀ କରିବେ ଦର୍ଶନ ଏହା 31 ଯାଏଁ ଚାଲିବ । ପ୍ରତ୍ୟକ ଦିନ ଚାରି ଘଣ୍ଟା ରହିବ ଦର୍ଶନ ସମୟ। ଅଧିକ ପଢନ୍ତୁ...

puri jagannath temple darshan sop
ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ପ୍ରସ୍ତୁତ ଜାରୀ କଲା ପୁରୀ ପ୍ରଶାସନ

By

Published : Dec 21, 2020, 7:27 PM IST

ପୁରୀ: ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ପ୍ରସ୍ତୁତ କଲା ପୁରୀ ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧକ୍ଷତାରେ ଏସଓପି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି ।

ଶ୍ରୀମନ୍ଦିର ଦର୍ଶନ ପାଇଁ ଏସଓପି ଅନୁଯାୟୀ ପ୍ରଥମ ୩ ଦିନ ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ଶ୍ରୀମନ୍ଦିରର 4 ଦ୍ବାର ଦେଇ ପ୍ରବେଶ କରିବେ । ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଜେଟିପି ସେମାନଙ୍କୁ ଚିହ୍ନଟ କରିବେ। ୨୬ ରୁ ସହରବାସୀ କରିବେ ଦର୍ଶନ ଏହା 31 ଯାଏଁ ଚାଲିବ । ପ୍ରତ୍ୟେକ ଦିନ ପାଞ୍ଚଟି ୱାର୍ଡର ଲୋକ କରିବେ ଦର୍ଶନ। ପ୍ରତ୍ୟକ ଦିନ ଚାରି ଘଣ୍ଟା ରହିବ ଦର୍ଶନ ସମୟ। ପୌରପାଳିକା ପକ୍ଷରୁ ଘରର ମୁରବୀଙ୍କୁ ମିଳିଥିବା ଚିରୁକୁଟି ଓ ପରିଚୟ ନେଇ ତାରିଖ ସ୍ଥିରୀକୃତ ହୋଇଥିବା ୱାର୍ଡବାସୀ ମାର୍କେଟ ଛକରୁ ବ୍ୟାରିକେଡ଼ରେ ପ୍ରବେଶ କରିବେ।

ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ପ୍ରସ୍ତୁତ ଜାରୀ କଲା ପୁରୀ ପ୍ରଶାସନ

ପୁରୀ ମାର୍କେଟ ଛକରୁ ବ୍ୟାରିକେଡରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ହୋଇଥିବା ସ୍ବତନ୍ତ୍ର ନଅଟି ଧାଡିରେ ପ୍ରବେଶ କରିବେ। ସେଠାରେ ସହରବାସୀଙ୍କ ଫଟୋଗ୍ରାଫି କରାଯିବ। ବିନା କୋଭିଡ ରିପୋର୍ଟରେ ପୁରୀବାସୀ ଦର୍ଶନ କରିପାରିବେ। ପ୍ରତ୍ୟହ ସକାଳ ସାଢେ ସାତଟାରୁ ମହାପ୍ରଭୁଙ୍କ ପହୁଡ ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଜାନୁଆରୀ ୩ ପରେ ବଳକା ଥିବା ପୁରୀବାସୀଙ୍କୁ ସକାଳେ ଓ ସଂନ୍ଧ୍ୟା ସମୟରେ ମିଳିବ ଏକ ଘଣ୍ଟା ଦର୍ଶନ ସୁଯୋଗ।

ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ପ୍ରସ୍ତୁତ ଜାରୀ କଲା ପୁରୀ ପ୍ରଶାସନ

ଅନ୍ୟ ସମୟରେ ଆସିଲେ ଦେଖାଇବାକୁ ପଡିବ କୋଭିଡ ନେଗେଟିଭ ପ୍ରମାଣ ପତ୍ର। ତେବେ ଗଙ୍ଗାସାଗର ମେଳା ପର୍ଯ୍ୟନ୍ତ କଟକଣା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜାନୁଆରୀ ୩ ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସେଦିନଠାରୁ ସମସ୍ତଙ୍କ ପାଇଁ କୋଭିଡ ନେଗଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ ବୋଲି କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details