ଓଡିଶା

odisha

By

Published : Sep 20, 2020, 5:56 PM IST

ETV Bharat / city

ପାର୍ବଣରେ ଫିକା ଫୁଲ ବଜାର, ବେଉସାରେ ବାସୁନି ବ୍ୟବସାୟୀର ପରିବାର

ବିବାହ, ବ୍ରତ ଗଲା ପରେ ପାର୍ବଣ ଋତୁ ଆସିଛି । ତିନି ଚାରି ମାସ କଷ୍ଟେ ମଷ୍ଟେ ବିତିଗଲା । ଏବେ ଅନଲକ ପ୍ରକ୍ରିୟାରେ ଦୋକାନ ଖୋଲିଛି । ତେଣୁ ସମସ୍ତର ସୁଧମୂଳ ଏହି ପୂଜା ପର୍ବରେ ପୂରଣ କରିବୁ । ଏପରି କିଛି ଆଶା ବାନ୍ଧିଥିଲେ ପୁରୀର ଫୁଲ ଦୋକାନୀ । ମାତ୍ର ପାର୍ବଣ ଋତୁକୁ ବି ଛାଡିଲା ନାହିଁ କୋରୋନା । ଦୁର୍ଗାପୂଜାରେ ସରକାରଙ୍କ କଡା ନିର୍ଦ୍ଦେଶ ଭାଙ୍ଗି ଦେବାକୁ ବସିଛି ଫୁଲ ବ୍ୟବସାୟୀଙ୍କ ମେରୁଦଣ୍ଡ । ଅଧିକ ପଢନ୍ତୁ...

ପାର୍ବଣରେ ଫିକା ଫୁଲ ବଜାର, ଦୟନୀୟ ବ୍ୟବସାୟୀ
ପାର୍ବଣରେ ଫିକା ଫୁଲ ବଜାର, ଦୟନୀୟ ବ୍ୟବସାୟୀ

ପୁରୀ: ପାର୍ବଣ ଋତୁରେ ଫିକା ପୂଜା ବଜାର । ମାନ୍ଦା ପଡିଛି ଫୁଲ ବେପାର । ହଜି ଯାଇଛି ବ୍ୟବସାୟୀଙ୍କ ମୁହଁରୁ ହସ । ଖାଁ ଖାଁ ପୁରୀ ବଡଦାଣ୍ଡ, ଜନଶୂନ୍ୟ ରାଜରାସ୍ତା । ଦେଖାମୁଳିନି ଗ୍ରାହକଙ୍କ ଗହଳି ଚହଳି । ଆଗ ପରି ଦୋକାନରେ ସାମଗ୍ରୀ ବି ନାହିଁ । କେବଳ ସାମ୍ନାରେ ଓହଳିଛି ଦୁଇ ଚାରୋଟି ଫୁଲ ମାଳା । କୋରୋନା କଟକଣା ଓ ନୂତନ ଗାଇଡଲାଇନ ବୁଡାଇବାକୁ ବସିଛି ଫୁଲ ବେପାରୀଙ୍କ ବେଉସା । ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବାରୁ ସରକାରଙ୍କ କଡା ନିର୍ଦ୍ଦେଶ ଏଥର ଆଡମ୍ବରରେ ହେବନି ଦୁର୍ଗାପୂଜା କି ସଜାସଜ୍ଜା ।

ପାର୍ବଣରେ ଫିକା ଫୁଲ ବଜାର, ଦୟନୀୟ ବ୍ୟବସାୟୀ

କୋରୋନା ପାଇଁ ମାର୍ଚ୍ଚ ମାସରୁ ଦୋକାନ ବଜାର ବନ୍ଦ ରହିଥିଲା । ବିବାହ ଋତୁ ବେଳକୁ ସରକାରଙ୍କ ତାଲା ବନ୍ଦ ନିଷ୍ପତ୍ତି । ଏବଂ ତା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବିବାହ, ବ୍ରତରେ ଲାଗୁ ହୋଇଥିଲା କଟକଣା। ଏହି ସମୟରେ ବ୍ୟବସାୟୀଙ୍କ ବେଶ ଦୁଇ ପଇସା ରୋଜଗାର ହୋଇଥାଏ । ସେପଟେ, ଶ୍ରୀମନ୍ଦିରକୁ ଭକ୍ତଙ୍କୁ ମନା ଫଳରେ କୌଣସି ଶ୍ରଦ୍ଧାଳୁ ଫୁଲ ନେବାକୁ ଆସୁନାହାଁନ୍ତି । ଏପଟେ ଦୁର୍ଗାପୂଜା ସମୟରେ ଏ ନୂଆ ନିୟମ ବ୍ୟବସାୟୀଙ୍କୁ ଆହୁରି ହତାଶ କରିବା ସହ ତାଙ୍କର ସ୍ଥିତି ଅତି ଦୟନୀୟ ହୋଇପଡିଛି । ଦୋକାନ କର୍ମଚାରୀକୁ ପଇସା ଦେବା ତ ଦୂରର କଥା, ଘର ଭଡା ଓ ଦୈନିକ ଖର୍ଚ୍ଚ ଉଠାଇବା କାଠିକର ପାଠ ହୋଇପଡିଛି ।

କୋରୋନା ପାଇଁ ଲକଡାଉନ ଓ ନୂତନ ଗାଇଡଲାଇନ ଆଜି ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେବାକୁ ବସିଛି । ସରକାରଙ୍କ ଏମାନଙ୍କ ଜୀବିକା-ଜୀବନ ବଞ୍ଚାଇବା ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details