ପୁରୀ: ପୁଣି ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଦକ୍ଷିଣ ଦ୍ବାର ସମ୍ମୁଖ ବରାହି ଲେନରେ 4 ଟି ପ୍ଲଟର ଉଛେଦ କରାଯାଉଛି । ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ନେଇ ଏହି ପ୍ଲଟଧାରୀ ବ୍ୟକ୍ତି ମାନେ ପ୍ରଶାସନକୁ ନିଜ ପ୍ଲଟ ବିକ୍ରି କରିଛନ୍ତି ।
ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା,କୋହ ସମ୍ଭାଳି ପାରୁନାହାଁନ୍ତି ବିସ୍ଥାପିତ ଉଚ୍ଛେଦ ନେଇ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟରର 75 ପ୍ରତିଶତ ଜମି ଅଧିଗ୍ରହଣ ଏବେ ସୁଦ୍ଧା ସରିଯାଇଛି । ଉପଜିଲ୍ଲାପାଳ ଭଵ ତାରଣ ସାହୁଙ୍କ ଉପସ୍ଥିତରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ।
ତେବେ କେତେକ ବ୍ୟକ୍ତି ହଠାତ ଉଛେଦ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି । ଆଉ କିଛି ସମୟ ଦେଇଥିଲେ ଆସବାପତ୍ର ନେବାରେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବିସ୍ଥାପିତ । ସେହିପରି ବାପ ଅଜା ଅମଳର ଘର ଉଛେଦ ନେଇ ମଧ୍ୟ କିଛି ବିସ୍ଥାପିତ କୋହ ସମ୍ଭରଣ କରି ପାରିନଥିଲେ। ଅନ୍ୟପଟେ ସରକାରଙ୍କ ପ୍ୟାକେଜ ନେଇ ପ୍ଲଟ ହସ୍ତାନ୍ତର କରିଥିବା ଵ୍ୟକ୍ତିଙ୍କ ସବୁ ପ୍ଲଟ ଅଧିଗ୍ରହଣ ଯଥାଶୀଘ୍ର ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ