ଓଡିଶା

odisha

ETV Bharat / city

ସ୍ବର୍ଣ୍ଣାଭ ବେଳାଭୂମିରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ଜଳ; ନୀରବଦ୍ରଷ୍ଟା ଜିଲ୍ଲା ପ୍ରଶାସନ - puri sea beach problem

ପୁରୀ ବେଳାଭୂମି ରାସ୍ତାରେ ଲହଡି ମାରୁଛି ଡ୍ରେନେଜ ପାଣି । ହନ୍ତସନ୍ତ ପର୍ଯ୍ୟଟକଙ୍କ ସହ ଶ୍ରୀକ୍ଷେତ୍ରବାସୀ । ସେପଟେ ସମସ୍ୟାର ସମାଧାନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରାଯାଉଛି । ଏହା କାର୍ଯ୍ୟକାରୀ ପରେ ଡ୍ରେନେଜ ସମସ୍ୟା ସମାଧାନ ହୋଇ ଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଅଧିକ ପଢନ୍ତୁ....

ସ୍ବର୍ଣ୍ଣାଭ ବେଳାଭୂମିରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ଜଳ; ନୀରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ
ସ୍ବର୍ଣ୍ଣାଭ ବେଳାଭୂମିରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ଜଳ; ନୀରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ

By

Published : Sep 24, 2021, 9:49 PM IST

ପୁରୀ :ଐତିହ୍ୟ ସହର ପୁରୀ । ହେଲେ ବେଳାଭୂମି ରାସ୍ତାରେ ଲହଡି ମାରୁଛି ସ୍ୱେରେଜ ଓ ଡ୍ରେନେଜ ପାଣି । ପୁରୀ ହୋଟେଲ ଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ଅସ୍ୱାସ୍ଥ୍ୟକର ପରିବେଶ । ଦୁର୍ଗନ୍ଧରେ ନାକ ଫାଟୁଥିବା ବେଳେ ଏହାକୁ ନେଇ ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ୱର୍ଣ୍ଣାଭ ବେଳାଭୂମିର ନୀଳ ସମୁଦ୍ର ଜଳରାଶିର ମଜା ନେବାକୁ ଆସିଥିବା ପର୍ଯ୍ୟଟକ ମାନେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ହଟହଟା ହେଉଛନ୍ତି । ଏହାସହ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଜଗନ୍ନାଥ ଧାମରୁ। ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ବେଳଭୂମିରେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି।

ସ୍ବର୍ଣ୍ଣାଭ ବେଳାଭୂମିରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ଜଳ; ନୀରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ

ତତ୍କାଳୀନ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ଦାୟିତ୍ୱରେ ଥିବାବେଳେ ବେଳଭୂମିକୁ ସଫାସୁତରା ରଖିବା ପାଇଁ ମୋ ବିଚ ନାମକ ଏକ ଅଭିନବ ଯୋଜନା ଆରମ୍ଭ କରିଥିଲେ। ଆଉ ଏହି ଯୋଜନା ମଧ୍ୟ ବେଶ୍ ସଫଳ ହୋଇଥିଲା। କିନ୍ତୁ ତତ୍କାଳୀନ ଜିଲ୍ଲାପାଳଙ୍କ ବଦଳି ପରେ ମୋ ବିଚ୍ କାର୍ଯ୍ୟକ୍ରମ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି। ସମୁଦ୍ରକୂଳରେ ନର୍ଦ୍ଦମା ଜଳ ଭାସିବା ନେଇ ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି। ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ପୁରୀ ବାସିନ୍ଦା।


ସେହିପରି ସୁମଦ୍ରକୂଳ ପାଖରେ ଥିବା ୧୧ ନମ୍ୱର ଓ୍ୱାର୍ଡ଼ ବାଲି ନୋଳିଆ ସାହିର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଏଠାରେ ଡ୍ରେନ ସଫା ହୋଇନଥିବା ବେଳେ ଜଳ ନିଷ୍କାସନ ହୋଇପାରୁନଥିବାରୁ ରାସ୍ତା ଉପରେ ନର୍ଦ୍ଦମା ଜଳ ଭାସୁଛି। ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ସ୍ଥାନୀୟ ବାସିନ୍ଦା ଓ ହୋଟେଲରେ ରହୁଥିବା ପର୍ଯ୍ୟଟକ ମାନଙ୍କ ରହିବା ମଧ୍ୟ ଏଠାରେ ଅସମ୍ଭବ ହୋଇପଡ଼ିଛି। ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ପିଲାଠୁ ବୟସ୍କ ସଭିଏଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ସେପଟେ ସମସ୍ୟାର ସମାଧାନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରାଯାଉଛି । ଏହା କାର୍ଯ୍ୟକାରୀ ପରେ ଡ୍ରେନେଜ ସମସ୍ୟା ସମାଧାନ ହୋଇ ଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ପୁରୀରେ ବ୍ଲୁ ଫ୍ଲାଗ ବିଚ କରି ଜିଲ୍ଲା ପ୍ରଶାସନ ବାହାବାହା ନେଉଥିବା ବେଳେ ସହର ପ୍ରମୁଖ ସ୍ବର୍ଣ୍ଣାଭ ବେଳାଭୂମିକୁ ଅବହେଳା କରିବା ଯୋଗୁଁ ଏନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details