ଓଡିଶା

odisha

ETV Bharat / city

ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବା ଦାବି ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ଦାବିପତ୍ର - Puri district yuva association news

କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଅରୁଣ ସ୍ତମ୍ଭ ନିକଟକୁ ମଧ୍ୟ ଭକ୍ତଙ୍କୁ ଯିବା ପାଇଁ ନିୟମକୁ କୋହଳ କରି ଭକ୍ତଙ୍କୁ ଯିବାକୁ ଅନୁମତି ଦେବାକୁ ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଦାବି ରଖିଛି ପୁରୀ ଜିଲା ଯୁବ ଅଧିବକ୍ତା ସଙ୍ଘ। ଅଧିକ ପଢନ୍ତୁ...

ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବା ଦାବି ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ଦାବିପତ୍ର
ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବା ଦାବି ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ଦାବିପତ୍ର

By

Published : Oct 13, 2020, 8:23 PM IST

ପୁରୀ: କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଅରୁଣ ସ୍ତମ୍ଭ ନିକଟକୁ ମଧ୍ୟ ଭକ୍ତଙ୍କୁ ଯିବା ପାଇଁ କଟକଣା ଜାରି କରାଯାଇଛି। ତେବେ ଏହି ନିୟମକୁ କୋହଳ କରି ଅରୁଣ ସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଯିବାକୁ ଅନୁମତି ଦେବାକୁ ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଦାବି ରଖିଛି ପୁରୀ ଜିଲା ଯୁବ ଅଧିବକ୍ତା ସଙ୍ଘ।

ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବା ଦାବି ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ଦାବିପତ୍ର

ପୁରୀ ଜିଲା ଯୁବ ଅଧିବକ୍ତା ସଙ୍ଘ ପକ୍ଷରୁ ଅରୁଣ ସ୍ତମ୍ଭରେ କଟକଣା କୋହଳ କରି ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବି ପ୍ରଦାନ କରାଯାଇଛି । ସଂଗଠନ କହିଛି ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ଅରୁଣ ସ୍ତମ୍ଭ ନିକଟକୁ ଛଡା ଯାଉଛି । ହେଲେ ଦୁଃଖର ବିଷୟ ମହାପ୍ରଭୁଙ୍କ ପ୍ରିୟ ଭକ୍ତମାନଙ୍କୁ ଅରୁଣ ସ୍ତମ୍ଭ ନିକଟକୁ ଯିବା ପାଇଁ କଟକଣା କରାଯାଇଛି। ବଡ଼ ବଡ଼ିଆ ଲୋକଙ୍କ ପାଇଁ ଗୋଟେ ଆଇନ ଓ ସାଧାରଣ ଭକ୍ତ ପାଇଁ ଅଲଗା ଆଇନ ଠିକ ନୁହେଁ ବୋଲି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ କହିଛି । ମହାପ୍ରଭୁଙ୍କ ନିକଟରେ ଯେଭଳି ପୁରୀ ଜିଲ୍ଲା ପ୍ରଶାସନ ଉଚ୍ଚ ନୀଚର ଭେଦ ଭାବ ସୃଷ୍ଟି କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଘ କହିଛି ।

ତେବେ ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ଭାବନାକୁ ସମ୍ମାନ ଦେଇ ଅରୁଣ ସ୍ତମ୍ଭ ନିକଟକୁ ଛାଡିବା ବ୍ୟବସ୍ଥା କରିବାକୁ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର ସାହୁ ଓ ଏହାର କର୍ମକର୍ତା ଦାବି କରିଛନ୍ତି । ଯଦି ଏହା ସମାଧାନ ନ କରନ୍ତି ତାହା ହେଲେ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details